କାନାଡ଼ା : ବୁଧବାର ଅର୍ଥାତ ଗତକାଲି ରାତିରେ କାନାଡାର ମଗା ଜିଲ୍ଲାର ଦଭିନ୍ଦର ବାମ୍ବିହା ଗ୍ୟାଙ୍ଗର ସୁଖଦୁଲ ସିଂ ଛଦ୍ମନାମ ସୁଖା ଡୁନିକେଙ୍କୁ ହତ୍ୟା କରାଯାଇଛି । ଏହି ଘଟଣା ଜୁନ୍ ୧୯ ରେ ସୁରେ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜ୍ଜର ହତ୍ୟା ସହିତ ସମାନ l

ସୂଚନା ଅନୁଯାୟୀ, ନକଲି ଦଲିଲ ସାହାଯ୍ୟରେ ଡୁନିକେ ୨୦୧୭ ରେ ଭାରତରୁ କାନାଡାକୁ ପଳାଇଥିଲେ। ସୁଖଦୁଲ ସିଂଙ୍କ ବିରୋଧରେ ୭ ଟି ଅପରାଧିକ ମାମଲା ରୁଜୁ ହୋଇଛି। ପଞ୍ଜାବ ଅଞ୍ଚଳ ତଥା ଏହାର ଆଖପାଖ ଅଞ୍ଚଳରୁ ଅତି କମରେ ୨୯ ଜଣ ଗ୍ୟାଙ୍ଗଷ୍ଟର ଅଛନ୍ତି, ଯେଉଁମାନେ ଏହି ଆଇନରୁ ବଞ୍ଚିବା ପାଇଁ ଭାରତ ବାହାରେ ଆଶ୍ରୟ ନେଉଛନ୍ତି। ସେମାନେ ବହୁ ବର୍ଷ ପୂର୍ବେ ନେପାଳ ଦେଇ ଭାରତ ଛାଡି ଅନ୍ୟ ଦେଶକୁ ଯାଇଥିଲେ, ଭାରତୀୟ ପାସପୋର୍ଟରେ କିମ୍ବା ନକଲି ଯାତ୍ରା ଡକ୍ୟୁମେଣ୍ଟ ସାହାଯ୍ୟରେ l