Site icon UTKAL PRATIDIN

ଲକ୍ଷ୍ମୀ ବସ ଚଳାଚଳକୁ ବିରୋଧ,କାଲି ବସ ଚଳାଚଳ ବନ୍ଦ

4b7787d65d4363553184ce0771cc24f43973ff8b984cf5c585384e65f4c13083

ଲକ୍ଷ୍ମୀବସ ଚଳାଚଳ ବିରୋଧକୁ ନେଇ ତେଜିବାରେ ଲାଗିଛି ବିବାଦ ।ଘରୋଇ ବସ୍ ବନ୍ଦ କରିବେ ପଶ୍ଚିମାଞ୍ଚଳ ଓ ଦକ୍ଷଣାଞ୍ଚଳର ବସ୍ ମାଲିକ ସଂଘ ଡାକରା ଦେଇଛନ୍ତି । ୧୩ ଜିଲ୍ଲାର ୨୪ ଘରୋଇ ବସ୍ ମାଲିକ ସଂଘ ୨୪ ଘଣ୍ଟିଆ ଧର୍ମଘଟ କରିବ। ସେମାନେ ଅଭିଯୋଗ କରିଛନ୍ତି, ବିଜେଡି ସରକାର ଅମଳରେ ପ୍ରଥମେ ଟାୟାର ୱାନ ଲକ୍ଷ୍ମୀ ବସ୍ ଚାଲିଥିଲା।

ପ୍ରତିବାଦ ପରେ ବନ୍ଦ ରହିଥିଲା। ତେବେ ପୁଣି ଟାୟାର ଟୁ ଲକ୍ଷ୍ମୀ ବସ ଚଳାଚଳ ନେଇ ବସ ମାଲିକ ସଂଘ ପ୍ରତିବାଦ କରିଥିଲେ। ହେଲେ ନିର୍ବାଚନ ଯୋଗୁଁ ତାହା ସ୍ଥଗିତ ରହିଥିଲା। ବର୍ତ୍ତମାନ ସରକାର ବଦଳିଛି, ହେଲେ ବଦଳିନି ପୂର୍ବ ସରକାରଙ୍କ ଯୋଜନା।। ସରକାର ଆମ ଦାବି ଗ୍ରହଣ କରି ଏହି ସମସ୍ୟାର ସମାଧାନ କରନ୍ତୁ ବୋଲି ଅନୁରୋଧ କରୁଛୁ। ନଚେତ ଆସନ୍ତାକାଲି ସକାଳ ୬ଟାରୁ ଆମେ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ସେ କହିଛନ୍ତି।

Exit mobile version