Site icon UTKAL PRATIDIN

ୱାଇନାଡ଼ରୁ ନାମାଙ୍କନ ଦାଖଲ ଭରିଲେ ପ୍ରିୟଙ୍କାଗାନ୍ଧୀ !

IMAGE_1729664195

ୱାୟନାଡ ଲୋକସଭା ସିଟ୍‌ ପାଇଁ ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ଆଜି ନାମାଙ୍କନ ଦାଖଲ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ ଭଦ୍ରା ।ପ୍ରଥମ ଥର ପାଇଁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା । ପ୍ରିୟଙ୍କାଙ୍କ ନାମାଙ୍କନ ଦାଖଲ ବେଳେ ତାଙ୍କ ମା’ ସୋନିଆ ଗାନ୍ଧି, ଭାଇ ରାହୁଲ ଗାନ୍ଧି ଓ କଂଗ୍ରେସର ବହୁ ହେଭିୱେଟ ନେତା ଉପସ୍ଥିତ ଥିଲେ।

ନିଜ ମା’ଙ୍କ ସହ ପ୍ରିୟଙ୍କା ଗତ ରାତିରେ ୱାୟନାଡରେ ପହଞ୍ଚିଥିଲେ। ସେଠାରେ ସେମାନେ ସ୍ଥାନୀୟ ଲୋକଙ୍କ ସହ ବହୁ ଚର୍ଚ୍ଚା ଓ ଆଲୋଚନା କରିଥିଲେ।ୱାୟନାଡ ଉପନିର୍ବାଚନ ନିମନ୍ତେ ଆସନ୍ତା ମାସ ୧୩ ତାରିଖରେ ମତଦାନ ହେବ । ଏହାପରେ ଆସନ୍ତା ୨୩ ତାରିଖରେ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ ।

ପ୍ରିୟଙ୍କା ଗାନ୍ଧି ଭଦ୍ରା ଜିତିଲେ ସେ ପ୍ରଥମ ଥର ପାଇୱ ସଂସଦକୁ ଯିବେ। ଫଳରେ ପ୍ରଥମ ଥର ପାଇଁ ଗାନ୍ଧି ପରିବାରର ୩ ସଦସ୍ୟ ସୋନିଆ ଓ ତାଙ୍କ ପୁଅଝିଅଙ୍କୁ ଏକ ସଙ୍ଗେ ସଂସଦରେ ଦେଖିବାକୁ ମିଳିବ ।ପ୍ରିୟଙ୍କା ପ୍ରଥମ ଥର ରାଜନୀତି ମଇଦାନକୁ ଓହ୍ଲାଉଥିବା ବେଳେ ତାଙ୍କ ନିକଟରେ ସ୍ୱାମୀ ରବର୍ଟ ଭଦ୍ରାଙ୍କୁ କିନ୍ତୁ ଦେଖିବାକୁ ମିଳି ନ ଥିଲା।

Exit mobile version