Site icon UTKAL PRATIDIN

ଯାତ୍ରୀ ସୁରକ୍ଷାକୁ ପ୍ରାଧାନ୍ୟ,ଆଜି ୫୪ ଟ୍ରେନ ବାତିଲ

TRAIN-750x430 (1)

ଦୁର୍ବଳ ହେଉଛି ବାତ୍ୟା ଦାନା ।ବାତ୍ୟା ଯୋଗୁଁ ଯେପରି କୌଣସି ଯାତ୍ରୀଙ୍କ ଧନ ଜୀବନ କ୍ଷତି ନହୁଏ ସେଥିପାଇଁ ଧ୍ୟାନ ଦେବାକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିର୍ଦେଶ ଦେଇଛନ୍ତି ।ବାତ୍ୟା ପରେ କିଭଳି ରେଳ ଚଳାଚଳ ବିଶେଷ ଭାବେ ବାଧାପ୍ରାପ୍ତ ହେବନି, ସେ ନେଇ ରେଳମନ୍ତ୍ରୀ ସମୀକ୍ଷା କରିଛନ୍ତି । ପଶ୍ଚିମବଙ୍ଗ ଓ ଓଡ଼ିଶାର ବିଭିନ୍ନ ରେଳ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ବାତ୍ୟା ମୁକାବିଲା ପାଇଁ ରେଳବୋର୍ଡ଼ରେ ଗୋଟିଏ ୱାର୍ ରୁମ ଖୋଲାଯାଇଛି ।ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଶୁକ୍ରବାର ୫୪ ଟ୍ରେନ୍ ବାତିଲ ରଖାଯାଇଛି। ଶନିବାର ୧୦ଟି ଟ୍ରେନ୍ ଓ ୨୭ ତାରିଖରେ ୩ ଓ ୨୯ରେ ମଧ୍ୟ ୩ଟି ଟ୍ରେନ୍ ବାତିଲ ରହିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ଗୁରୁବାର ପୂର୍ବତଟ ରେଳପଥ ଓ ଦକ୍ଷିଣ ପୂର୍ବ ରେଳପଥ ଅଞ୍ଚଳରେ ୧୦୩ଟି ଟ୍ରେନ୍ ବାତିଲ ହୋଇଥିବାରୁ ବିଭିନ୍ନ ଷ୍ଟେସନରେ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି।

Exit mobile version