Site icon UTKAL PRATIDIN

୧୧ଦିନିଆ ସ୍ଵତନ୍ତ୍ର ‘ଅନୁଷ୍ଠାନ’ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

106747821-750x430-1

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ଯୋଗଦେବା ପୂର୍ବରୁ ଦେଶବାସୀଙ୍କୁ ଏକ ସ୍ଵତନ୍ତ୍ର ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବାର ପୂଣ୍ୟ ଅବସର ମିଳିଥିବାରୁ ପ୍ରଭୁଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ସେଥିପାଇଁ ଆଜିଠାରୁ ୧୧ ଦିନିଆ ସ୍ୱତନ୍ତ୍ର ଅନୁଷ୍ଠାନ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

ପ୍ରଧାନମନ୍ତ୍ରୀ ମୋଦି ନିଜର ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ଏକ ଅଡିଓ ବାର୍ତ୍ତା ପୋଷ୍ଟ କରିଛନ୍ତି । ଏଥିରେ ପ୍ରଧାନମନ୍ତ୍ରୀ କହିଛନ୍ତି, ”ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠାକୁ ଆଉ ମାତ୍ର ୧୧ ଦିନ ବାକି ଅଛି । ଏହି ପୂଣ୍ୟ ଏବଂ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବା ମୋର ପରମ ସୌଭାଗ୍ୟ । ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାରା ଭାରତବାସୀଙ୍କ ପାଇଁ ପ୍ରତିନିଧିତ୍ବ କରିବାର ସୁଯୋଗ ମୋତ ପ୍ରାପ୍ତି ହୋଇଛି, ସେଥିପାଇଁ ମୁଁ ଧନ୍ୟମନେ କରୁଛି । ଏହାକୁ ଦୃଷ୍ଟିରେ ରଖି ଆଜିଠୁ ମୁଁ ୧୧ ଦିନି ଧରି ସ୍ବତନ୍ତ୍ର ବ୍ରତ ପାଳନ କରିବି । ଏଥିପାଇଁ ମୁଁ ସମସ୍ତଙ୍କର ଆଶୀର୍ବାଦ କାମନା କରୁଛି । ”

ଏହି ବ୍ରତ ଅନୁସାରେ, ମୋତେ ବ୍ରାହ୍ମ ମୁହୂର୍ତ୍ତରୁ ଉଠିବା ସହ ସାଧନା ଓ ସାତ୍ତ୍ୱିକ ଆହାର ପରି କଠୋର ନିୟମ ପାଳନ କରିବାକୁ ପଡିବ । ଯେଉଁ ସ୍ୱପ୍ନକୁ ବହୁ ପିଢ଼ି ବର୍ଷ ବର୍ଷ ଧରି ନିଜ ହୃଦୟରେ ସାଇତି ରଖିଥିଲେ, ତାହା ବାସ୍ତବ ରୂପ ନେବା ବେଳକୁ ସେଠାରେ ଉପସ୍ଥିତ ରହିବାକୁ ମୋତେ ସୌଭାଗ୍ୟ ମିଳିଛି। ଏପରି ସମୟରେ ନିଜ ଭାବନାକୁ ଶବ୍ଦରେ ପରି ପ୍ରକାଶ କରିବା ଖୁବ୍‌ କଷ୍ଟକର ବୋଲି କହିଛନ୍ତି ମୋଦି ।

Exit mobile version