Site icon UTKAL PRATIDIN

ଓଡିଶା ଆସିବେ ରାଷ୍ଟ୍ରପତି; ନୀଳମାଧବଙ୍କୁ କରିବେ ଦର୍ଶନ

Droupadi-Murmu-1024x576

ଭୁବନେଶ୍ଵର: ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ନୟାଗଡ଼ ଜିଲ୍ଲାର କଣ୍ଟିଲୋ ନୀଳମାଧବଙ୍କୁ ଦର୍ଶନ କରିବେ। ଅପରାହ୍ଣ ୨ଟାରୁ ୫ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଥିବା ସୂଚନା ଦେଇଛନ୍ତି ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ।

ରାଷ୍ଟ୍ରପତି ମାର୍ଚ୍ଚ ୨୪ ତାରିଖ ଦିନ ୧ଟାରେ ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସେ ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ କଣ୍ଟିଲୋ ଯିବେ। ସେଠାରେ ପହଞ୍ଚି ସେ ନୀଳମାଧବ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି। ନୀଳମାଧବ ମନ୍ଦିରରେ ଦର୍ଶନ ସାରି ରାଷ୍ଟ୍ରପତି ଭାପୁର ବ୍ଲକ ଅଧୀନ କାଳିଆପଲ୍ଲୀ ଜଙ୍ଗଲ ମଧ୍ୟରେ ଶବର ରାଜା ବିଶ୍ଵାବସୁ ଓ ଲଲିତାଙ୍କ ଜନ୍ମମାଟି ପରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପୋଲିସ ବିଭାଗ ତତ୍ପରତା ଦେଖେଇଛି। ସୁରକ୍ଷା ଦୃଷ୍ଟିରୁ ପୋଲିସ ଅଧିକାରୀମାନେ ଜିଲ୍ଲାରେ ସ୍ଥିତି ସମୀକ୍ଷା କରୁଛନ୍ତି।

Exit mobile version