Site icon UTKAL PRATIDIN

ଓଡିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,ନୌସେନାରେ ହେବେ ସାମିଲ

Presicent-Droupadi-Murmu-I-Day-eve-speech-750x430-1

ଆସନ୍ତା ଡିସେମ୍ବର ୪ରେ ଓଡ଼ିଶା ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଡିସେମ୍ବର ୪ରେ ପୁରୀ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭାରତୀୟ ନୌସେନାର ସମରାଭ୍ୟାସରେ ହେବେ ସାମିଲ । ଡିସେମ୍ବର ୪ ନୌସେନା ଦିବସ ଉପଲକ୍ଷେ ଆୟୋଜିତ ହେବ ସମରାଭ୍ୟାସ ।

ପୁରୀର ବ୍ଲୁ ଫ୍ଲାଗ ବେଳାଭୂମିରେ ଅନୁଷ୍ଠିତ ହେବ ସମରାଭ୍ୟାସ । ଏହି ସମରାଭ୍ୟାସରେ ନିଜର ସାମୁଦ୍ରିକ କ୍ଷମତା ଓ ଶକ୍ତି ପ୍ରଦର୍ଶନ କରିବ ନୌସେନା ।ଡିସେମ୍ବର ୪ ତାରିଖରେ ଭାରତୀୟ ନୌସେନା ଦିବସ l ଚଳିତ ବର୍ଷ ଏହି ନୌସେନା ଦିବସ ପୁରୀ ସମୁଦ୍ର ତଟରେ ପାଳନ କରାଯିବ । ପୁରୀ ବ୍ଲୁ ଫ୍ଲାଗ ବିଚରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ନୌସେନାର ଅପରେସନାଲ ଡେମନଷ୍ଟ୍ରେସନ ପ୍ରଦର୍ଶିତ ହେବ । ଏଥିପାଇଁ ନୌସେନାର ପ୍ରସ୍ତୁତି ଚାଲିଛି ।

Exit mobile version