
ଡିସେମ୍ବର ୩ରେ ୫ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।ଦ୍ରୌପଦୀ ଓଡିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ସାଶନ ସଚିବ ଓ ଡିଜିପି ସମୀକ୍ଷା ବୈଠକ କରିଛନ୍ତି ଏବଂ ଶାସନ ବ୍ୟବସ୍ଥାକୁ କଡାକଡି କରିଛନ୍ତି ।ଡିସେମ୍ବର ୩ ତାରିଖ ଅପରାହ୍ଣ ୨ଟା ୫୫ରେ ଦିଲ୍ଳୀ ବିମାନ ବନ୍ଦରରୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ବାହାରିବେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ।ସନ୍ଧ୍ୟା ୫ଟା ବେଳେ ଭୁବନେଶ୍ୱର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବେ । ପ୍ରୋଟୋକଲ୍ ଅନୂସାରେ ସେଠାରେ ତାଙ୍କୁ ମୁଖ୍ୟମନ୍ତ୍ରୀ, ମେୟର, ମୁଖ୍ୟ ଶାସନ ସଚିବ, ଡିଜିପି ଓ ଅନ୍ୟ ବରିଷ୍ଠ ଅଧିକାରୀ ସ୍ୱାଗତ କରିବେ ।
ବିମାନବନ୍ଦରରୁ ସନ୍ଧ୍ୟା ୫ଟା ୩୦ରେ ବାହାରି ରାଷ୍ଟ୍ରପତି ଚନ୍ଦ୍ରଶେଖରପୁର ନିଳାଦ୍ରୀବିହାର ସ୍ଥିତ ଏକ ବସ୍ତିକୁ ଯିବେ । ସେଠାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତି ଉନ୍ନୋଚନ କରିବେ । ସେଠାରୁ ୬ଟା ୧୦ ମିନିଟ୍ରେ ବହାରି ୬ଟା ୨୫ରେ ରାଜଭବନରେ ପହଞ୍ଚିବେ । ରାଜଭବନରେ ରାତ୍ରିଭୋଜନ ଓ ବିଶ୍ରାମ କରିବେ ।ବିଭିନ୍ନ କାର୍ଯ୍ୟକ୍ରମ ସାରିବା ପରେ ଅପରାହ୍ଣ ୧ଟା ୧୫ରେ ସେ କଳାଇକୁଣ୍ଡା ଏୟାରପୋର୍ଟରେ ପହଞ୍ଚି ସେଠାରୁ ଦିଲ୍ଳୀ ଫେରିଯିବେ ।