ଭୁବନେଶ୍ୱର: ବାରିପଦାରେ ଆସି ପହଞ୍ଚି ଯାଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ମୁର୍ମୁ ଏବେ କିଛି ସମୟ ତଳେ ଆସି ବାରିପଦାରେ ପହଞ୍ଚିଛନ୍ତି । ବାୟୁସେନାର ସ୍ୱତନ୍ତ୍ର ଯୋଗେ ରାଷ୍ଟ୍ରପତି ଆସି ପହଞ୍ଚିଛନ୍ତି । ତେବେ ଏହି ସ୍ୱତନ୍ତ୍ର ବିମାନ ଯୋଗେ ରାଷ୍ଟ୍ରପତି ଆସି ବାରିପଦା ପୁଲିସ ପଡ଼ିଆରେ ଆସି ପହଞ୍ଚିଛନ୍ତି । ତେବେ ସେଠାରେ ରାଜ୍ୟପାଳ ଶ୍ରୀ ରଘୁବର ଦାସ ତାଙ୍କୁ ସ୍ୱାଗତ କରିଛନ୍ତି। ସାନ୍ତାଳୀ ଲେଖକ ସମ୍ମିଳନୀରେ ଯୋଗ ଦେଇ ଉଦବୋଧନ ଦେବେ ମହାମହିମ। ତେବେ ସେ ଆସନ୍ତାକାଲି ରାଇରଙ୍ଗପୁରରୁ ସମ୍ବଲପୁର ଯିବେ ବୋଲି ସୂଚନା ମିଳିଛି।
ବାରିପଦାରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

