 
        ଭୁବନେଶ୍ଵର: ସୁଭଦ୍ରା ଯୋଜନାକୁ ନେଇ ସରକାରଙ୍କ ବଡ଼ ସୂଚନା । ହିତାଧିକାରୀ ପାଇବେ ଏକ କାଳିନ ୩ଟି କିସ୍ତିର ଟଙ୍କା । ଏକାଥରେ ଖାତାକୁ ଆସିବ ୧୫ ହଜାର ଟଙ୍କା । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ତେବେ ସୁଭଦ୍ରା ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କ ସର୍ଭେ ହେବ । କାରଣ କୌଣସି ଯୋଗ୍ୟ ହିତାଧିକାରୀ ଯୋଜନାରୁ ବଞ୍ଚିତ ହେବେ ନାହିଁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ସମସ୍ତ ଯୋଗ୍ୟ ଏହି ଯୋଜନାରେ ଅନ୍ତଭୁକ୍ତ ହେବେ ବୋଲି ସରକାର ଘୋଷଣା କରିଛନ୍ତି। ତେଣୁ ଯେଉଁମାନେ ଯୋଗ୍ୟ ଥାଇ ବି ବାଦ୍ ପଡିଛନ୍ତି।
ସେମାନଙ୍କ ସମସ୍ୟାର ସମାଧାନ ଲାଗି ସରକାର ପଦକ୍ଷେପ ନେଇଛନ୍ତି। ସମ୍ବଲପୁର ଇଣ୍ତିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ର ଛାତ୍ରଛାତ୍ରୀ ଏହି ସର୍ଭେ କାର୍ଯ୍ୟରେ ନିୟୋଜିତ ହେବେ। ସର୍ଭେ ପରେ ବଞ୍ଚିତ ହିତାଧିକାରୀଙ୍କୁ ଏକକାଳୀନ ୩ଟି କିସ୍ତିର ସହାୟତା ରାଶି ମିଳିବ। ରାଜ୍ୟରେ ଏବେ ସୁଧା ଏହି ଯୋଜନାରେ ୬ଟି ପର୍ଯ୍ୟାୟରେ ୧ କୋଟିରୁ ଅଧିକ ହିତାଧିକାରୀ ସାମିଲ୍ ହୋଇ ସାରିଛନ୍ତି। ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବା ପାଇଁ ଚାହିଁବୁ ଯେ, ମାର୍ଚ୍ଚ ୩୧ ସୁଭଦ୍ରା ଆବେଦନର ଶେଷ ତାରିଖ ଥିଲା। ୩୧ ଭିତରେ ଯେଉଁମାନେ ଆବେଦନ କରିଥିବେ ସେମାନେ ଏକକାଳୀନ ଟଙ୍କା ପାଇବେ।
ଯେଉଁମାନେ ପ୍ରଥମ ଓ ଦ୍ବୀତିୟ ପର୍ଯ୍ୟାୟ ଟଙ୍କା ପାଇନଥିବେ ସେମାନେ ରାକ୍ଷୀ ପୂର୍ଣ୍ଣିମାରେ ଏକକାଳୀନ ୩ଟି କିସ୍ତିର ଟଙ୍କା ପାଇବେ । ପ୍ରକାଶଥାଉକି, ବର୍ଷକୁ 2ଟି କିସ୍ତିରେ 10 ହଜାର ଟଙ୍କା ଦିଆଯିବା ନେଇ ସରକାର ଘୋଷଣା କରିଥିଲେ । ଏହି କ୍ରମରେ ବର୍ତ୍ତମାନ 1 କୋଟିରୁ ଅଧିକ ଲୋକ ଏହି ଯୋଜନାର ଲାଭ ଉଠାଇ ସାରିଛନ୍ତି । ୧ କୋଟି ୬୫ ହଜାର ୮୭୭ ଜଣ ମହିଳା ପ୍ରଥମ କିସ୍ତି ଟଙ୍କା ପାଇଥିଲେ । ସେହିପରି ୯୮ ଲକ୍ଷ ୮୨ ହଜାର ୯୨ ଜଣ ମହିଳା ଦ୍ୱିତୀୟ କିସ୍ତି ଟଙ୍କା ପାଇଥିଲେ ।
 
         
         
         
         
        