
ଗଣମାଧ୍ୟମ ସମାନରେ ମୁହଁ ଖୋଲିଛନ୍ତି ବିଜେପି ନେତା ତଥା ପୂର୍ବତନ ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ । ସିଧା ପାଣ୍ଡିଆନଙ୍କୁ ନିଶାନ କରିଛନ୍ତି ପ୍ରସନ୍ନ । କାହିଁକି ଗଢ଼ିଥିବା ବିଜେଡି ଦଳକୁ ଛାଡିଛନ୍ତି କହିଲେ କାରଣ । ବିଜେଡି ଛାଡି ଅନେକ ଦିନ ପର୍ଯ୍ୟନ୍ତ ଚୁପ ରହିଥିବା ପ୍ରସନ୍ନ ଆଜି ନିଜର ଅସନ୍ତୋଷ ପ୍ରକାଶ କରି ପାଣ୍ଡିଆନଙ୍କୁ ଧୂଲେଇ କରିଛନ୍ତି ।
ବିଜୁ ଜନତା ଦଳ ହାରିବାର କାରଣ ବି କହିଲେ ପାଟ୍ଟଶାଣୀ । ତେବେ ବିଜେଡି ଛାଡିବା ପରେ ଆଜି ମୁହଁ ଖୋଲି କାରଣ କହିବା ରାଜନୀତି ମହଲାକୁ ସରଗରମ କରିଛି । ବିଜେଡିର ଏଇ ଶୋଚନୀୟ ପରିସ୍ଥିରେ ଏମିତି ବୟାନବାଜି ଦଳକୁ ବୋଝ ଉପରେ ନଳିତା ବିଦା ସଦୃଶ ବୋଲି ମାନେ ହେଉଛି । ଦଳ ହାରିବା ପରେ ସବୁଠି ପାଣ୍ଡିଆନଙ୍କୁ ଦାୟୀ କରାଗଲା ଓ ସେଥିପାଇଁ ଅନେକ ନେତା ନିର୍ବାଚନ ପୂର୍ବରୁ ଓ ପରେ ଦଳ ମଧ୍ୟ ଛାଡିଲେ । କିନ୍ତୁ ଅସଲ କାରଣ ଏବେ ସମସ୍ତେ ମୁହଁ ଖୋଲି ସାମ୍ନା ସାମନି କହୁଛନ୍ତି ଯାହା ବିଜେଡି ନେତାଙ୍କ ମନୋବଳକୁ ଦୁର୍ବଳ କରୁଛି ।
ଅମର ଶତପଥି ଲଗାଇଥିବା ନିଆଁ ଲିଭିଛି କି ନାହିଁ ଏବେ ପ୍ରସନ୍ନ ପାଟଶାଣୀଙ୍କ ବୟାନ ବିଜେଡି ପାଇଁ ଭାରି ପଡିବ ବୋଲି ଚର୍ଚା ହେଉଛି । ପ୍ରସନ୍ନ ପାଟଶାଣୀ ବିଜେଡି ଛାଡିବାର କାରଣ କହିଛନ୍ତି । ପାଣ୍ଡିଆନଙ୍କ ପାଇଁ ଦଳ ଛାଡିଥିବା ସ୍ୱୀକାର କରିଛନ୍ତି ପ୍ରସନ୍ନ ପାଟ୍ଟଶାଣୀ । ଆହୁରି ମଧ୍ୟ ବିଜେଡି ନେତାମାନଙ୍କୁ ତାତ୍ସଚଲ୍ୟ କରି କହିଛନ୍ତି କାହିଁକି ପାଣ୍ଡିଆନଙ୍କ ପଛରେ ପଡ଼ିଛ ?
ଯେ ପର୍ଯ୍ୟନ୍ତ ପାଣ୍ଡିଆଙ୍କ ନେତୃତ୍ୱରେ ବିଜେଡି ଚାଲୁଥିବା ସେ ପର୍ଯ୍ୟନ୍ତ ଦଳ କ୍ଷମତା କୁ ଫେରିବା ଅସମ୍ଭବ ବୋଲି କହିଛନ୍ତି ପ୍ରସନ୍ନ ।ପାଣ୍ଡିଆନଙ୍କ ପାଇଁ ଲୋକପ୍ରିୟ ସରକାର ବିଜେଡି ସରକାରରୁ ବିଦା ହେଲା । ଆଜି ବି ଜନତା ପାଣ୍ଡିଆନଙ୍କୁ ଦୋଷ ଦେଉଛନ୍ତି ।
ହେଲେ ନବୀନଙ୍କ ପାଇଁ ଲୋକପ୍ରିୟତା ଜନତାଙ୍କ ହୃଦୟରେ ଏବେବି ଅଛି ବୋଲି କହିଛନ୍ତି ପ୍ରସନ୍ନ । ଯାହାଙ୍କ ପାଇଁ ଏତେ ସବୁ ହେଲା ତାଙ୍କୁ କାହିଁକି ଦଳରେ ରଖିଛନ୍ତି ତାକୁ ନେଇ ପ୍ରଶ୍ନ କରିଛନ୍ତି ପାଟ୍ଟଶାଣୀ । ୨୦୨୪ ରେ ବିଜୁ ଜନତା ଦଳ ପ୍ରସନ୍ନ ପାଟ୍ଟଶାଣୀଙ୍କ ଟିକେଟ ନଦେବାରୁ ପ୍ରସନ୍ନ ଯାଇ ଦିଲ୍ଲୀରେ ପଦ୍ମଦଳରେ ଯୋଗ ଦେଇଥିଲେ ।
ଆଉ ସେବେଠାରୁ ଚୁପ ବସିଥିବା ପାଟ୍ଟଶାଣୀଙ୍କ ଅଚାନକ ବୟାନ ଏବେ ରାଜ୍ୟ ବିଜେଡି ରାଜନୀତିରେ ଜଳୁଥିବା ନିଆଁ ରେ ଘିଅ ଢ଼ାଳିଲା ପରିସ୍ଥିତି ସୃଷ୍ଟି ହୋଇଛି ।