Site icon UTKAL PRATIDIN

ପ୍ରଦୀପ ବିଜେପିରୁ ଲଢ଼ିବେ ଗୋପାଳପୁର ଆସନ

12

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବେ ପୁଣିଥରେ ଚର୍ଚ୍ଚାରେ। ଶାସକ ବିଜେଡିର ଶୀର୍ଷ ନେତୃତ୍ୱଙ୍କୁ ଲଗାତର ଟାର୍ଗେଟ କରୁଥିବା ପ୍ରଦୀପ ପାଣିଗ୍ରାହୀଙ୍କ ରାଜନୈତିକ ଭବିଷ୍ୟତକୁ ନେଇ କେବେଠୁ ଚର୍ଚ୍ଚା ହେଉଛି। ନିର୍ବାଚନ ପାଖେଇ ଆସୁଥିବା ବେଳେ ସେ କେଉଁ ଦଳରୁ ଲଢ଼ିବେ କିମ୍ବା ତାଙ୍କ ଆଭିମୁଖ୍ୟ କଣ ରହିବ ତାକୁ ନେଇ ଆଲୋଚନା ଜୋର ଧରିଛି।

ଏପରିକି ଗୋପାଳପୁରରେ ବିଜେଡି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କୁ ଦାୟିତ୍ୱ ଦେଇଛି। ଦଳକୁ ଗୋପାଳପୁରରେ ଶକ୍ତିଶାଳୀ କରିବା ସହ ପ୍ରଦୀପ ପାଣିଗ୍ରାହୀଙ୍କ ସମ୍ଭାବ୍ୟ ପଦକ୍ଷେପକୁ ଚେକ ଦେବାକୁ ସବୁ ପଦକ୍ଷେପ ନିଆଯାଉଛି। କିନ୍ତୁ ପ୍ରଦୀପ ପାଣିଗ୍ରାହୀ ଆସନ୍ତା ନିର୍ବାଚନରେ ଗୋପାଳପୁରରୁ ଲଢ଼ିବେ କି ଓ ଯଦି ଲଢିବେ କେଉଁ ଦଳରୁ ଲଢ଼ିବେ ତାକୁ ନେଇ କେବେଠୁ ଆଲୋଚନା ହେଉଛି। ଏପରିକି ସେ ବିଜେପିରୁ ଲଢ଼ିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି।

ଏଭଳି ଚର୍ଚ୍ଚା ମଧ୍ୟରେ ଏକ ଚିତ୍ରକୁ ନେଇ ଏବେ ଜୋରଦାର ଆଲୋଚନା ଆରମ୍ଭ ହୋଇଛି। ଓଡ଼ିଶାର ନୂଆ ରାଜ୍ୟପାଳ ରଘୁବର ଦାସଙ୍କ ଶପଥ ଗ୍ରହଣ ଉତ୍ସବର ଏକ ଦୃଶ୍ୟକୁ ନେଇ ଏବେ ଚର୍ଚ୍ଚା ହେଉଛି। ରଘୁବର ଦାସଙ୍କ ଶପଥ ଗ୍ରହଣ ଉତ୍ସବରେ ନିମନ୍ତ୍ରିତ ଅତିଥି ମାନେ ବସିଥିବା ବେଳେ ଆଗ ଧାଡିରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଆଗ ଧାଡିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବାଚସ୍ପତି ଓ ରାଜ୍ୟର ବହୁ ମନ୍ତ୍ରୀ ତଥା ବିଧାୟକଙ୍କୁ ଦେଖିବାକୁ ମିଳିଥିଲା।

Exit mobile version