Site icon UTKAL PRATIDIN

ଇସ୍ତଫା ଦେଲେ ପିପିବିଏଲ ସିଇଓ ସୁରିନ୍ଦର ଚାୱାଲା

Paytm-Payments-Bank-CEO-Surinder-Chawla-Resigns

ନୂଆଦିଲ୍ଲୀ: ଗତ କିଛି ଦିନ ଧରି ସମସ୍ୟା ଘେରରେ ଛନ୍ଦି ହୋଇ ରହିଛି ପେଟିଏମ ପେମେଣ୍ଟ ବ୍ୟାଙ୍କ । ଏହାରିଭିତରେ କମ୍ପାନୀକୁ ଲାଗିଛି ବଡ ଝଟକା । ପେଟିଏମ ପେମେଣ୍ଟସ ବ୍ୟାଙ୍କର ସିଇଓ ଓ ଏମଡି ପଦରୁ ଇସ୍ତଫା ଦେଇଛନ୍ତି ସୁରିନ୍ଦର ଚାୱାଲା । ଏନେଇ ପେଟିଏମ ପକ୍ଷରୁ ସୂଚନା ଦିଆଯାଇଛି । ସେୟାର ବଜାର ବନ୍ଦ ହେବାର କିଛି ସମୟ ପରେ ଏହି ସୂଚନା ଦେଇଥିଲା ପେଟିଏମ । ଜୁନ ୨୬ ତାରିଖରେ ଏହି ଇସ୍ତଫାକୁ କାର୍ଯ୍ୟକାରୀ କରାଯିବ ବୋଲି କହିଛି ପେଟିଏମ । ତେବେ ସୁରିନ୍ଦର ଚାୱାଲାଙ୍କ ପରେ କିଏ ଏହି ସ୍ଥାନ ଗ୍ରହଣ କରିବ ସେନେଇ କୌଣସି ସୂଚନା ମିଳିନାହିଁ ।

ପେଟିଏମ ଉପରେ ଆରବିଆ କଟକଣା ଲଗାଇବା ସହ ଏହାର ୱାଲେଟ ବ୍ୟବସ୍ଥାକୁ ବନ୍ଦ କରି ଦେଇଛି। ଏବେ କେବଳ ପେଟିଏମ ୟୁପିଆଇ କାର୍ଯ୍ୟକାରୀ ରହିଛି । ଆରବିଆଇ କାର୍ଯ୍ୟାନୁଷ୍ଠାନ ପରେ ଜଣଙ୍କ ପରେ ଜଣେ ବରିଷ୍ଠ ଅଧିକାରୀ କମ୍ପାନୀ ଛାଡ଼ିବାରେ ଲାଗିଛି । ଏହାପୂର୍ବରୁ ପେଟିଏମର ଟପ୍‌ ବସ୍‌ ବିଜୟ ଶେଖର ଶର୍ମା ଅଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଦ ଛାଡ଼ିଥିଲେ।

ଷ୍ଟକ୍ ଏକ୍ସଚେଞ୍ଜକୁ ପ୍ରକାଶିତ ୱାନ ୯୭ କମ୍ୟୁନିକେସନ କହିଛି ଯେ ‘କମ୍ପାନୀ ଏବଂ ପିପିବିଏଲ୍ ମଧ୍ୟରେ ପ୍ରାୟ ସମସ୍ତ ଚୁକ୍ତିନାମା ସମାପ୍ତ ହୋଇଛି’ ଏବଂ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ବୋର୍ଡ ଏକ ସ୍ୱାଧୀନ ଅଧ୍ୟକ୍ଷଙ୍କ ସମେତ ପାଞ୍ଚଜଣ ସ୍ୱାଧୀନ ନିର୍ଦ୍ଦେଶକଙ୍କ ସହ ପୁନଃ ନିର୍ମାଣ ହୋଇଛି ଏବଂ କୌଣସି ବଡ଼ ନାଁ ଏଥିରେ ସାମିଲ ନାହିଁ।

Exit mobile version