ରାଜ୍ୟର କୋଟି କୋଟି ଲୋକ ବିଜେଡି ସରକାରର ଜନକଲ୍ୟାଣକାରୀ ଯୋଜନା ଦ୍ୱାରା ଲୋକ ଉପକୃତ ହୋଇଛନ୍ତି। ବର୍ତ୍ତମାନ ସରକାର ଅନେକ ଯୋଜନାର ନାମ ବଦଳାଇ ଦେଇଛନ୍ତି। ଯୋଜନାର ନାମ ବଦଳାଇ ଦେଇ ପାରିବେ କିନ୍ତୁ ଇତିହାସ ବଦଳାଇ ପାରିବେ ନାହିଁ ବୋଲି ସିଧାସଳଖ କହିଛନ୍ତି ନବୀନ ପଟନାୟକ ।
ସେ ଆହୁରି ମଧ୍ୟ କହିଛନ୍ତି ମିଛ ପ୍ରତିଶ୍ରୁତି ଦେଇ ବିଜେପି ଓଡ଼ିଶାରେ କ୍ଷମତାକୁ ଆସିଛି। ନିର୍ବାଚନର ପ୍ରତିଶ୍ରୁତିକୁ ରାଜ୍ୟ ସରକାର ପୂରା କରି ପାରୁନାହାନ୍ତି। ଦରଦାମକୁ ନିୟନ୍ତ୍ରଣ କରିବାରେ ବିଜେପି ସରକାର ବିଫଳ। ଓଡ଼ିଶାରେ ମହିଳାମାନେ ଥାନାରେ ବି ସୁରକ୍ଷିତ ନାହାନ୍ତି। ସରକରୀ କର୍ମଚାରୀ ରାଜଭବନରେ ମଧ୍ୟ ସୁରକ୍ଷିତ ନାହାନ୍ତି। ଏହି ସରକାରକୁ ଲୋକେ ଭରସା କରି ପାରୁନାହାନ୍ତି। ଆମେ ସରକାରରେ ନଥିଲେ ମଧ୍ୟ ଲୋକଙ୍କ ସେବା ଜାରି ରଖିବୁ।”
୨୦୦୦ ମସିହା ସମୟରେ ଓଡ଼ିଶାର ଦ୍ରାରିଦ୍ର୍ୟ ହାର ୭୦ ପ୍ରତିଶତ ଥିଲା। ଆଜି ଏହା ୧୦ ପ୍ରତିଶତକୁ କମିଛି। ରାଜ୍ୟର ଲୋକଙ୍କ ମୁଣ୍ଡପିଛା ଆୟ ବଢ଼ିଛି। ବିଜେଡି ସରକାରଙ୍କ ବିଭିନ୍ନ ପଦକ୍ଷେପ ଯୋଗୁଁ ଅନେକ କ୍ଷେତ୍ରରେ ଓଡ଼ିଶା ଆଜି ଭଲ ପ୍ରଦର୍ଶନ କରୁଥିବା ନବୀନ ପଟ୍ଟନାୟକ କହିଥିଲେ । ଏଥିରେ ବିଜେଡି ସରକାର ତୃଣମୂଳ ସ୍ତରରେ ପହଞ୍ଚି ଜନତାଙ୍କ ଦୁଃଖ ଶୁଣିବେ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟନାୟକ ।