
ଭୁବନେଶ୍ଵର: କାଜୁ ଖାଇବାକୁ କିଏ ଅବା ଭଲ ପାଆନ୍ତିନି । ଏହା ପାଟିକୁ ଯେତେ ସ୍ୱାଦିଷ୍ଟ ଲାଗିବା ସହ ଶରୀର ପାଇଁ ମଧ୍ୟ ଉପେଯାଗୀ । କାଜୁରେ ଭିଟାମିନ୍, ପ୍ରୋଟିନ୍, ଫାଇବର, ଫସଫରସ୍, ସେଲେନିୟମ୍, କ୍ୟାଲସିୟମ୍, ଆଇରନ୍, ଫାଇବର, ଫୋଲେଟ୍, ମ୍ୟାଗ୍ନେସିୟମ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଆଦି ଭରପୁର ମାତ୍ରାରରେ ରହିଥାଏ । ଯହା ଶରୀରକୁ ସୁସ୍ଥ ରଖିବା ସହ ତ୍ୱଚାକୁ ମଧ୍ୟ କୋମଳ ରଖିଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଆବଶ୍ୟକତାଠାରୁ ଅଧ୍ଚଳ କାଜୁ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ ।
-ଯଦି ଆପଣଙ୍କର ମୁଣ୍ଡବିନ୍ଧା କିମ୍ବା ମାଇଗ୍ରେନ ସମସ୍ୟା ରହିଛି , ତେବେ କାଜୁବାଦାମଠାରୁ ଦୁରେଇ ରୁହନ୍ତୁ । ଏଥିରେ ଥିବା ଆମିନୋ ଏସିଡ଼୍ ଟାଇରାମାଇନ୍ ଏବଂ ଫେନିଲେଥାଇଲାମାଇନ୍ ଆପଣଙ୍କର ମୁଣ୍ଡବିନ୍ଧାକୁ ବଢାଇଦେଇଥାଏ ।
-ଏହା କ୍ୟାଲୋରୀଯୁକ୍ତ ହୋଇଥିବାରୁ ଏହାକୁ ଅଧିକ ଖାଇବା ଦ୍ୱାରା ଓଜନ ବଢିବା ସହ ଆପଣ ମୋଟାପଣର ଶିକାର ହୋଇପାରନ୍ତି । ତେଣୁ ଏହାକୁ ସୀମିତ ଭାବେ ଖାଇବା ଉଚିତ ।
-ଅଧିକ ପରିମାଣରେ କାଜୁ ଖାଇବା ଦ୍ୱାରା ଧୀରେ ଧୀରେ ଶରୀରରେ ଔଷଧ କାମ କରେନାହିଁ ।
-ଉଚ୍ଚରକ୍ତଚାପରେ ପୀଡ଼ିତ ଥିବା ବ୍ୟକ୍ତି ଭୁଲରେ ବି କାଜୁ ଖାଇବା ଉଚିତ ନୁହେଁ । ଏଥିରେ ଅଧିକ ପରିମାଣରେ ସୋଡ଼ିୟମ ଥିବାରୁ ରକ୍ତଚାପକୁ ବଢାଇବାର କାମ କରେ ।