ଗତ କିଛି ଦିନ ହେବ ଆଳୁକୁ ନେଇ ସମସ୍ୟା ଲାଗି ରହିଥିଲା ।ଆଳୁର ଦର ଉପରମୁହାଁ ଥିବାରୁ ଖାଉଟି ହନ୍ତସନ୍ତ ହେଉଥିଲେ ।ଦୀର୍ଘଦିନ ଧରି ଲାଗିରହିଥିବା ଆଳୁ ସଙ୍କଟ ଦୂର ହେବାକୁ ଯାଉଛି ।ଓଡିଶାକୁ ପଶ୍ଚିମବଙ୍ଗ ଦେଇ ଆଳୁ ଟ୍ରକ ପ୍ରବେଶ କରୁଛି ।ବ୍ୟବସାୟୀଙ୍କ ସହିତ ପଶ୍ଚିମବଙ୍ଗ ସରକାରଙ୍କ ଆଲୋଚନା ସଫଳ ହେବା ପରେ ଓଡିଶା ପଶ୍ଚିମବଙ୍ଗ ସୀମାନ୍ତରେ ଅଟକି ରହିଥିବା ଆଳୁ ଟ୍ରକ ଓଡିଶାକୁ ଆସୁଛି ।ଏହା ଦ୍ୱାରା ପଶ୍ଚିମବଙ୍ଗରୁ ସହ ସହ ଆଳୁ ଟ୍ରକ ଓଡିଶାକୁ ଆସୁଛି ।ପଶ୍ଚିମବଙ୍ଗରୁ ଆଳୁ ଟ୍ରକ ଆସିବା ପରେ ଓଡ଼ିଶାରେ ଆଳୁ ଦର କମିବା ସହିତ ସ୍ଥିତି ସ୍ୱାଭାବିକ ହେବା ବୋଲି କହିଛନ୍ତି ଖାଉଟି ଯୋଗାଣ ମନ୍ତ୍ରୀ ।