Site icon UTKAL PRATIDIN

ପଶ୍ଚିମବଙ୍ଗର ସିସିଟିଭି ଜାଗିଛି ଆଳୁ ଗାଡ଼ି

recent_photo_1723359331

ପଶ୍ଚିମବଙ୍ଗ ସରକାର ଓଡିଶାକୁ ଆଳୁ ଟ୍ରକ ଛାଡୁନଥିବା ବେଳେ, ଚୋରା ବାଟ ଦେଇ ଓଡିଶାକୁ ଆଳୁ ଟ୍ରକ ଆସୁଥିଲା ।ସୀମାରେ ଆଳୁ ଟ୍ରକ ଜଗିବାକୁ ସିସିଟିଭି ଲଗାଇଛନ୍ତି ପଶ୍ଚିମବଙ୍ଗ ସରକାର। ପଶ୍ଚିମବଙ୍ଗ ଲକ୍ଷ୍ଣଣନାଥ ଟୋଲଗେଟରେ ପଶ୍ଚିମବଙ୍ଗ ପୁଲିସ୍ ଓଡିଶାକୁ ଆଳୁ ଗାଡି ଛାଡୁନି। ଯାହା ଦ୍ୱାରା ଓଡ଼ିଶାରେ ଆଳୁ ଦର ୫୦ରୁ ୬୦ ଟଙ୍କା ଛୁଇଁଲାଣି ।ଆଳୁ ଦରକୁ ନେଇ ଖାଉଟି ହନ୍ତସନ୍ତ ହେଉଛନ୍ତି ।

ସେପଟେ ଓଡ଼ିଶାର ବିଭିନ୍ନ ଗୋଦାମରେ ୩୦୦ ଟ୍ରକ ଆଳୁ ପହଞ୍ଚିଛି। ପଶ୍ଚିମବଙ୍ଗରୁ ୨୭୦ଟି ଆଳୁ ଗାଡ଼ି ଆସିଥିବା ବେଳେ ଉତ୍ତରପ୍ରଦେଶରୁ ୩୦ ଟ୍ରକ୍‌ ଆଳୁ ଆସିୟହିବା ସୂଚନା ମିଳିଛି ।ରାଜ୍ୟ ସରକାର ନାଫେଡ୍ ଜରିଆରେ ଆଳୁ ଆଣି ଯୋଗାଇବାରୁ ବଜାରରେ ଆଳୁ ଦର କିଛି ମାତ୍ରାରେ କମିଛି। ବିଭିନ୍ନ ସ୍ଥାନରେ ଆଳୁ କିଲୋ ପିଛା ୩୬ ରୁ ୪୦ ଟଙ୍କା ମଧ୍ୟରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି ।

Exit mobile version