ପୋଷ୍ଟ ଅଫିସର ଧମାକାଦାର ସ୍କିମ୍, ଥରେ ନିବେଶ କଲେ ମିଳିବ ମୋଟା ଅଙ୍କର ସୁଧ । ସୁରକ୍ଷିତ ବିନିଯୋଗ ଏବଂ ଅଧିକ ଲାଭ ପାଇଁ ପୋଷ୍ଟ ଅଫିସ୍ ସଞ୍ଚୟ ସ୍କିମ୍ ହେଉଛି ସବୁଠାରୁ ପସନ୍ଦଯୋଗ୍ୟ ଯୋଜନା । ପୋଷ୍ଟ ଅଫିସରେ ଟଙ୍କା ଜମା କରିବା ଦ୍ବାରା ଭବିଷ୍ୟତ ସୁରକ୍ଷିତ ହେବା ସହ ଭଲ ଲାଭ ମଧ୍ୟ ମିଳିଥାଏ । ତେବେ ପୋଷ୍ଟ ଅଫିସର ଏଭଳି ଅନେକ ଯୋଜନା ରହିଛି ଯାହା ବିନିଯୋଗ ଟଙ୍କା ଉପରେ ଅନେକ ଲାଭ ଦେଇଥାଏ । ତା ସହିତ ଏଭଳି ସ୍କିମ୍ ମଧ୍ୟ ରହିଛି ଯାହାକି ଆପଣଙ୍କୁ ପ୍ରତି ମାସରେ ରୋଜଗାର ଦେବ । ଆପଣଙ୍କୁ ଅନ୍ୟ କାହା ଉପରେ ନିର୍ଭର କରିବାକୁ ପଡିବନି
। କାରଣ ଏଭଳି ସ୍କିମ୍ରେ ବିନିଯୋଗ କରିବାକୁ ଅଫର୍ ଦେଉଛି ପୋଷ୍ଟ ଅଫିସ୍ । ଏହି ଯୋଜନାର ନାଁ ହେଉଛି ପୋଷ୍ଟ ଅଫିସ୍ ମାସିକ ସଞ୍ଚୟ ଯୋଜନା ଯାହା ଦ୍ବାରା ଆପଣ ପ୍ରତି ମାସରେ ଭଲ ଦୁଇ ପଇସା ରୋଜଗାର କରିପାରିବେ । ପୋଷ୍ଟ ଅଫିସ୍ ମାସିକ ସଞ୍ଚୟ ଯୋଜନା ହେଉଛି ଏକ ସରକାରୀ ସଞ୍ଚୟ ଯୋଜନା, ଯେଉଁଥିରେ ଆପଣ ପ୍ରତିମାସରେ ସୁଧ ପାଇବେ । ପୋଷ୍ଟ ବିଭାଗ କିମ୍ବା ଇଣ୍ଡିଆ ପୋଷ୍ଟ ଏହି ଯୋଜନା ଚଳାଇଥାଏ। ବର୍ତ୍ତମାନ ଏହି ଯୋଜନା ଅଧୀନରେ ଆପଣ ବାର୍ଷିକ ୭.୪% ହାରରେ ସୁଧ ପାଇବେ । ଏହି ଯୋଜନାରେ, ଆପଣଙ୍କୁ ଥରେ ଏକ ନିର୍ଦ୍ଦିଷ୍ଟ ରାଶି ଜମା କରିବାକୁ ପଡିବ ଏବଂ ଆପଣ ପ୍ରତି ମାସରେ ସୁଧ ପାଇବେ । ୫ ବର୍ଷ ପରେ ଏହି ସ୍କିମର ବୈଧତା ଶେଷ ହେବ । ଯାହା ପରେ ଆପଣ ପୂରା ଟଙ୍କା ଫେରସ୍ତ ପାଇବେ ।
ଅର୍ଥାତ୍ ଥରେ ଟଙ୍କା ବିନିଯୋଗ କଲେ ପରବର୍ତ୍ତୀ ୫ ବର୍ଷ ପାଇଁ ଆପଣ ପ୍ରତି ମାସରେ ଟଙ୍କା ପାଇପାରିବେ । ଏହା ସହିତ ପାଞ୍ଚ ବର୍ଷର ବୈଧତା ଶେଷ ହେବା ପରେ ଆପଣ ପୂରା ଟଙ୍କା ମଧ୍ୟ ପାଇବେ । କେବଳ ସେତିକି ନୁହେଁ ୫ ବର୍ଷ ପରେ ସେହି ଟଙ୍କାକୁ ଆପଣ ପୁଣି ନିବେଶ କରିପାରିବେ । ଏହି ସ୍କିମ୍ରେ ଆଉ ଏକ ବଡ କଥା ହେଉଛି, ଏଥିରେ ଆପଣ ଟଙ୍କା ନିବେଶ କରିବା ପରେ ବୈଧତା ଶେଷ ହେବାପରେ ବି ଯଦି ଟଙ୍କା ଫେରସ୍ତରେ କୌଣସି କାରଣରୁ ବିଳମ୍ବ ଘଟେ ତେବେ ମଧ୍ୟ ଆପଣଙ୍କୁ ନିୟମ ଅନୁଯାୟି ପ୍ରତି ମାସରେ ଧାର୍ଯ୍ୟ ସୁଧ ମିଳିବ । ତେବେ ଯଦି ଏହି ଯୋଜନାରେ ଆପଣ ୫ ଲକ୍ଷ ନିବେଶ କରନ୍ତି ଆପଣଙ୍କୁ କେତେ ଟଙ୍କା ଫେରସ୍ତ ମିଳିବ ? ଯଦି ଆପଣ ଏହି ଯୋଜନାରେ ୫ ବର୍ଷ ପାଇଁ ୭.୪ ପ୍ରତିଶତ ସୁଧ ହାରରେ ୫ ଲକ୍ଷ ଟଙ୍କା ବିନିଯୋଗ କରନ୍ତି, ତେବେ ଆପଣଙ୍କୁ ସୁଧ ହିସାବରେ ମାସକୁ ୩,୦୮୪ ଟଙ୍କା ମିଳିବ । କେବଳ ସୁଧ ବାବଦକୁ ଆପଣ ୫ ବର୍ଷ ମଧ୍ୟରେ ୧ ଲକ୍ଷ ୮୫ ହଜାର ଟଙ୍କା ପାଇବେ ।