
କୋଇଲା ନୀତି ପ୍ରସଙ୍ଗକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧି ଦଳର ନେତାଙ୍କ ଚିଠିକୁ ନେଇ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି ।୨୦୦୫ରେ ହିଣ୍ଡାଲକୋକୁ ତଲାବିରା ଖଣି ଦେବା ଲାଗି ସୁପାରିଶ କରି ପ୍ରଧାନମନ୍ତ୍ରୀ ମନମୋହନ ସିଂ କୁ ଚିଠି ଲେଖିଥିଲେ ନବୀନ ।ତଲାବିରା ଖଣି ଲାଗି ପରିବେଶ ମଞ୍ଜୁରୀ ହାତେଇବା ପାଇଁ ହିଣ୍ଡାଲ୍କୋ ସରକାରୀ ଅଧିକାରୀଙ୍କୁ ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଛି ।ପୂର୍ବ ସରକାର ସମୟରେ ବେଆଇନ ଭାବେ ଅନେକ କାମ ହେଉଥିଲା ବୋଲି କହି ଟାର୍ଗେଟ କରିଛନ୍ତି ଟଙ୍କଧର ତ୍ରିପାଠୀ ।ଯେଉଁମାନେ ଏଥିରେ ସାମିଲ ଥିବେ ସମସ୍ତେ ସାମ୍ନାକୁ ଆସିବେ ବୋଲି କହିଛନ୍ତି ଟଙ୍କଧର ତ୍ରିପାଠୀ ।
କଂଗ୍ରେସ ବିଧାୟକ ସିଏସ୍ ରାଜନ୍ ଏକ୍କା କହିଛନ୍ତି, ଖୁବଶୀଘ୍ର ଏ ସମ୍ପର୍କରେ ସି ବିଆଇ ତଦନ୍ତ ହେବ ।ଏଥିରେ ବିରୋଧୀ ଦଳର ନେତା ଯିଏ ବି ସାମିଲ ଥିବ ତାଙ୍କ ବି ଵିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ବିଜେଡି ବିଧାୟକ ପ୍ରଦୀପ ଦିଶାରୀ କହିବା ମୁତାବକ, ୨୪ ବର୍ଷ ଶାସନ କାଳରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ସ୍ବଚ୍ଛତା ଦେଖାଇଛନ୍ତି ।ଓଡିଶା ବିକାଶ ଲାଗି ଯଦି ସେ ଚିଠି ଲେଖିଛନ୍ତି ସେଥିରେ ଅସୁବିଧା କେଉଁଠି ରହିଲା ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ନେତା ।ତେଣୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ଦୁର୍ନୀତିକୁ ପ୍ରୋତ୍ସାହନ ଦେଉଛନ୍ତି ବୋଲି କହିଛନ୍ତି ବିଜେଡି ନେତା ପ୍ରଦୀପ ।