
ଭୁବନେଶ୍ଵର: ସକାଳୁ ସକାଳୁ ସମ୍ବଲପୁରରେ ଏନ୍କାଉଣ୍ଟର । ସମ୍ବଲପୁରରେ ଦୁର୍ଦ୍ଦାନ୍ତ ଅପରାଧୀ ମହେଶ କୁମାରକୁ ଏନକାଉଣ୍ଟର କରାଯାଇଥିବା ସୂଚନା ମିଳିଛି। ଅଇଁଠାପାଲି ଥାନା ଲମ୍ଡୁଙ୍ଗରୀ ନିକଟରେ ମହେଶକୁ ଏନକାଉଣ୍ଟର କରାଯାଇଛି।
ଏନକାଉଣ୍ଟରବେଳେ ମହେଶର ବାମ ଗୋଡ଼ରେ ଗୁଳି ବାଜିଛି। ଗୁରୁତର ଆହତ ହୋଇଥିବା ମହେଶକୁ ଚିକିତ୍ସା ପାଇଁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ତେବେ ମହେଶ ନିକଟରୁ ବନ୍ଧୁକ ସହ ୪୦ ହଜାର ଟଙ୍କା ପୋଲିସ ଜବତ କରିଛି। ଗତକାଲି ବନ୍ଧୁକ ଦେଖାଇ ୪୦ ହଜାର ଟଙ୍କା ଛଡାଇ ନେଇଥିଲା ମହେଶ । ଆଜି ସକାଳୁ ତାକୁ ଧରିବା ପାଇଁ ପୋଲିସ ପିଛା କରିବା ସମୟରେ ପୋଲିସ ଉପରକୁ ଗୁଳି ଚଳାଇଥିଲା । ଏହାର ଜବାବରେ ପୋଲିସ ମହେଶକୁ ଏନ୍କାଉଣ୍ଟର କରିଛି ।