
ୱାୟନାଡର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କେରଳ ପହଂଚିଛନ୍ତି | ସେଠାରେ ୱାୟନାଡର ଭୂସ୍ଖଳନ ଇଲାକାର ସର୍ବେକ୍ଷଣ କରିବେ | ଏଥିସହିତ ଉଦ୍ଧାର ଓ ଥଇଥାନ କାମର ସମୀକ୍ଷା ମଧ୍ୟ କରିବେ | ଏହି ଘଟଣାରେ ଯେଉଁମାନେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଜାଣିବା ପାଇଁ ଡାକ୍ତରଖାନା ଯିବେ |
ଏଠି କହି ରଖିବୁ, ଗତ ଜୁଲାଇ ୩୦ରେ ହୋଇଥିବା ଭୂସ୍ଖଳନରେ ଏହି ପାହାଡି ଇଲାକାର ୪୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ | ହଜାର ହଜାର ଲୋକ ଆହତ ହୋଇଥିଲେ |
ଏହାକୁ ରାଷ୍ଟ୍ରୀୟ ବିପତ୍ତି ଘୋଷଣା କରିବା ଲାଗି ତଥା ଅଧିକ ସହାୟତା ଯୋଗାଇଦେବା ପାଇଁ ବିରୋଧୀ ଦାବି କରୁଥିବା ବେଳେ ମୋଦି ଏହି ଅଂଚଳ ଗସ୍ତ କରିଛନ୍ତି |
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଇନାଡା ଯାଇଥିବା ଖବର ଜାଣିବା ପରେ ବିରୋଧୀ ଦଳ ନେତା ତଥା ୱାୟନାଡର ପୂର୍ବତନ ସାଂସଦ ରହିଲା ଗାନ୍ଧୀ ଧନ୍ୟବାଦ ଜାଣିଛନ୍ତି |