ଜୁନାଗଡ: ଆଜି ବିଶ୍ୱ ବନ୍ୟପ୍ରାଣୀ ଦିବସ । ଏହି ଅବସରରେ ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଜୁନାଗଡ଼ ଜିଲାର ର୍ଗି ବନ୍ୟପ୍ରାଣୀ ଅଭୟାରଣ୍ୟରେ ଜଙ୍ଗଲ ସଫାରିର ମଜା ନେଇଥିଲେ। ସୋମନାଥରୁ ଫେରିବା ପରେ, ପ୍ରଧାନମନ୍ତ୍ରୀ ମୋଦି ସାସନର ବନ ଅତିଥି ଭବନ ‘ସିଂହ ସଦନ’ରେ ରାତି ବିତାଇଥିଲେ।
ସୂଚନା ଅନୁଯାୟୀ, ସୋମନାଥ ମନ୍ଦିର ଦର୍ଶନ ସରିବା ପରେ ପ୍ରଧାନମନ୍ତ୍ରୀ ମୋଦି ସାସନର ବନ ଅତିଥି ଭବନ ‘ସିଂହ ସଦନ’ରେ ରାତ୍ରୀଯାପନ କରିଥିଲେ। ୧୨ଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ପ୍ରଥମ ଜ୍ୟୋତିର୍ଲିଙ୍ଗ ହେଉଛି ସୋମନାଥ ମନ୍ଦିର। ପରେ ‘ସିଂହ ସଦନ’ରୁ ପ୍ରଧାନମନ୍ତ୍ରୀ ଜଙ୍ଗଲ ସଫାରିରେ ବାହାରିଥିଲେ। ତାଙ୍କ ସହିତ କିଛି ମନ୍ତ୍ରୀ ଏବଂ ବନ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ।
ଏହାର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ।ଏହି ପୋଷ୍ଟ ଜରିଆରେ ସେ ଜୈବ ବିବଧତାକୁ ଗୁରୁତ୍ବ ଦେଇଛନ୍ତି। ଏଥିସହିତ ଏହାକୁ ସୁରକ୍ଷା ଦେବା ଗୁରୁତ୍ବପୂର୍ଣ୍ଣ ବୋଲି ପ୍ରକାଶ କରିଛନ୍ତି। ଫଟୋରେ ଜଙ୍ଗଲର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ସେଠାରେ ରହୁଥିବା ଦୁଲର୍ଭ ବନ୍ୟଜୀବଙ୍କୁ ସେ ଉପଭୋଗ କରୁଥିବା ଜଣାପଡୁଛି।

