
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ୍ ଯୋଜନାରେ ଏପର୍ଯ୍ୟନ୍ତ ଆବେଦନ କରିପାରି ନଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର । କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ (MCA) ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ୍ ଯୋଜନା 2025 ପାଇଁ ପଞ୍ଜିକରଣ ଶେଷ ତାରିଖ ବୃଦ୍ଧି କରିଛି । ଆଗ୍ରହୀ ଏବଂ ଯୋଗ୍ୟ ଛାତ୍ରଛାତ୍ରୀମାନେ ଏବେ ସରକାରୀ ୱେବସାଇଟ୍ pminternship.mca.gov.in କୁ ଯାଇ ଏପ୍ରିଲ 15 ତାରିଖ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ କରିପାରିବେ ।
ଯୋଗ୍ୟତା:
- ପ୍ରାର୍ଥୀଙ୍କ ବୟସ ୨୧ରୁ ୨୪ ବର୍ଷ ମଧ୍ୟରେ ରହିବା ଉଚିତ
- ପରିବାରର ବାର୍ଷିକ ଆୟ ୮ ଲକ୍ଷ ଟଙ୍କାରୁ ଅଧିକ ନଥିବ
- ଅନଲାଇନ୍/ ଡିସ୍ଟାଣ୍ଟ ଲର୍ଣ୍ଣିଂ ଛାତ୍ରଛାତ୍ରୀ ଆବେଦନ କରିପାରିବେ
- ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଥିବା ଅନୁସୁଚିତ ଜାତି/ ଜନଜାତି ଏବଂ ଓବିସିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଛି
କେଉଁମାନେ ଆବେଦନ କରିପାରିବେ ନାହିଁ:
- ଫୁଲ୍ ଟାଇମ୍ ଚାକିରି କିମ୍ବା ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ
- IIT, IIM, MBBS, CA କିମ୍ବା CMA ଭଳି ଅନୁଷ୍ଠାନରୁ ଯୋଗ୍ୟତା ହାସଲ କରିଥିବା ଛାତ୍ରଛାତ୍ରୀ
- ପରିବାରର କୌଣସି ସଦସ୍ୟ ସରକାରୀ ଚାକିରି କରିନଥିବେ
ଭତ୍ତା ଏବଂ ଅନ୍ୟାନ୍ୟ ଲାଭ:
ଏହି ଯୋଜନାର ଅବଧି ଏକ ବର୍ଷ ରହିବ । ଏହା ଅନ୍ତର୍ଗତ ପ୍ରତ୍ୟେକ ଯୋଗ୍ୟ ପ୍ରାର୍ଥୀଙ୍କୁ ମାସକ ୫ ହଜାର ଟଙ୍କାର ଭତ୍ତା ପ୍ରଦାନ କରାଯିବ । ଏଥିରେ କେନ୍ଦ୍ର ପକ୍ଷରୁ ୪,୫୦୦ ଟଙ୍କା ଏବଂ କମ୍ପାନୀ ତରଫରୁ ୫୦୦ ଟଙ୍କା (CSR Fund) ଦ୍ୱାରା ପ୍ରଦାନ କରାଯିବ । ଇଣ୍ଟର୍ଣ୍ଣସିପ୍ ଶେଷ ହେବା ପରେ ଅନୁଦାନ ଭାବେ ୬ ହଜାର ଟଙ୍କାର lumpsum ରାଶି ପ୍ରଦାନ କରାଯିବ । ଏହା ସହ ପ୍ରତ୍ୟେକ ପ୍ରଶିକ୍ଷାର୍ଥୀଙ୍କୁ ଭାରତ ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅନ୍ତର୍ଗତ ବୀମା କଭରେଜ୍ ପ୍ରଦାନ କରାଯିବ ।
ଆବେଦନ ପ୍ରକ୍ରିୟା:
- ପ୍ରଥମେ ପିଏମ୍ ଇଣ୍ଟର୍ଣ୍ଣସିପ୍ ସ୍କିମର ଅଫିସିଆଲ ପୋର୍ଟାଲ pminternship.mca.gov.inକୁ ଯାଆନ୍ତୁ ।
- ଲଗ୍ ଇନ୍ କରିବା ପରେ ନୂଆ ଆକାଉଣ୍ଟ ତିଆରି କରନ୍ତୁ ।
- ଏହା ପରେ ଶିକ୍ଷାଗତ ଯୋଗ୍ୟା, ଆୟୁ ଏବଂ ଅନ୍ୟାନ୍ୟ ବିବରଣୀ ପ୍ରଦାନ କରନ୍ତୁ ।
- ସମସ୍ତ ଫର୍ମାଲିଟି ପୂରଣ କରିବା ପରେ ଫର୍ମ ଦାଖଲ କରନ୍ତୁ ।