
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଇଣ୍ଟର୍ଣ୍ଣସିପ ଯୋଜନା ୨୦୨୫ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ୩୧ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଚାଲିବ। ଯଦି ଆପଣ ଏପର୍ଯ୍ୟନ୍ତ ଏହି ଯୋଜନାରେ ରେଜିଷ୍ଟ୍ରେସନ୍ କରିନାହାଁନ୍ତି ଏବଂ ଏଥିରେ ସାମିଲ ହେବାକୁ ଚାହୁଁଛନ୍ତି, ତେବେ ଏହା ହେଉଛି ଆପଣଙ୍କ ଶେଷ ସୁଯୋଗ। ପ୍ରଥମେ ରେଜିଷ୍ଟ୍ରେସନର ଅନ୍ତିମ ତାରିଖ ୧୨ ମାର୍ଚ୍ଚ ୨୦୨୫ ଥିଲା, କିନ୍ତୁ ଏହାକୁ ବଢ଼ାଇ ୩୧ ମାର୍ଚ୍ଚ ୨୦୨୫ କରାଯାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଏହାକୁ ଧ୍ୟାନରେ ରଖି ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ଉଚିତ୍।
ପିଏମ ଇଣ୍ଟର୍ଣ୍ଣସିପ୍ ଯୋଜନାରେ ବିଭିନ୍ନ ସେକ୍ଟରରେ ଇଣ୍ଟର୍ଣ୍ଣସିପର ସୁଯୋଗ ମିଳିବ। ଅଏଲ ଗ୍ୟାସ ଓ ଏନର୍ଜୀ ସେକ୍ଟର, ଟ୍ରାଭେଲ, ହସ୍ପିଟାଲିଟି, ଅଟୋମୋଟିଭସ, ବ୍ୟାଙ୍କିଙ୍ଗ ଓ ଫାଇନାନ୍ସିଆଲ ସର୍ଭିସ୍ ଆଦି କ୍ଷେତ୍ରରେ ଇଣ୍ଟର୍ଣ୍ଣସିପ୍ କରିପାରିବେ ପ୍ରାର୍ଥୀ । ଦେଶରେ ୭୩୭ ଜିଲ୍ଲାରେ ଚାକିରି ସୁଯୋଗ ଦିଆଯିବ। ଆପଣ ଚାହିଁଲେ ନିଜ ଅଞ୍ଚଳରେ ମଧ୍ୟ ଇଣ୍ଟର୍ଣ୍ଣସିପ୍ କରିବାର ସୁଯୋଗ ପାଇପାରିବେ। ତେବେ କେମିତି ଆବେଦନ କରିବାକୁ ହେବ, ଏଥିପାଇଁ କ୍ରାଇଟ ଏରିଆ ରହିଛି ଜାଣନ୍ତୁ।
ପ୍ରଧାନମନ୍ତ୍ରୀ ଇଣ୍ଟର୍ଣ୍ଣସିପ୍ ଯୋଜନାରେ ପ୍ରାର୍ଥୀ ୧୨ ମାସ ପର୍ଯ୍ୟନ୍ତ କମ୍ପାନୀରେ ଇଣ୍ଟର୍ଣ୍ଣସିପ୍ କରିବେ। ଏଥିପାଇଁ pminternship.mca.gov.in ୱେବ୍ସାଇଟରେ ଇଣ୍ଟର୍ଣ୍ଣସିପ୍ ଯୋଗାଉଥିବା କମ୍ପାନୀଗୁଡ଼ିକ ପୋର୍ଟାଲ୍ରେ ପଞ୍ଜୀକୃତ ହୋଇଛନ୍ତି। ପ୍ରାର୍ଥୀଙ୍କୁ ମଧ୍ୟ pminternship.mca.gov.in ୱେବ୍ସାଇଟ୍ ଅନ୍ଲାଇନ୍ ଆବେଦନ କରିବାକୁ ପଡ଼ିବ। ଇଣ୍ଟର୍ଣ୍ଣସିପ୍ ସମୟରେ ସରକାରଙ୍କ ପକ୍ଷରୁ ମାସକୁ ୪୫୦୦ ଷ୍ଟାଇପେଣ୍ଟ ଓ କମ୍ପାନୀ ନିଜର ସିଏସଆର ଫଣ୍ଡରୁ ମାସକୁ ୫୦୦ ଟଙ୍କା ମୋଟ ମାସକୁ ୫ ହଜାର ଟଙ୍କା ମିଳିବ। ତା ସହିତ ୬ ହଜାର ଟଙ୍କାର ଏକକାଳୀନ ଘଟଣା ଜନିତ ସହାୟତା ରାଶି ଦିଆଯିବ।
ଇଣ୍ଟର୍ଣ୍ଣସିପ୍ ଯୋଜନାରେ ଆବେଦନ କରିବାକୁ ହେଲେ ପ୍ରାର୍ଥୀ ଯୁକ୍ତ ଦୁଇ କିମ୍ବା ମାଟ୍ରିକ ପାସ୍ କରିଥିବା ସହିତ ଆବଶ୍ୟକ। ଏଥିସହିତ ପ୍ରାର୍ଥୀଙ୍କ ପାଖରେ ଆଇଟିଆଇ ସାର୍ଟିଫିକେଟ୍, ପଲିଟେକ୍ନିକ୍ ଇନଷ୍ଟିଚ୍ୟୁଟ୍ରେ ଡିପ୍ଲୋମା କିମ୍ବା BA, BSc, B.Com, BCA, BBA, କିମ୍ବା B.Pharma ପ୍ରମାଣ ରହିଲେ ଭଲ । ଫଳରେ ବିଭିନ୍ନ ସେକ୍ଟର ଅନୁସାରେ ଇଣ୍ଟର୍ଣ୍ଣସିପ୍ ପାଇଁ ସୁବିଧା ହେବ। ଆବେଦନର ବୟସସୀମା ୨୧ରୁ ୨୪ ବର୍ଷ ମଧ୍ୟରେ ରହିଛି। ଅନ୍ଲାଇନ୍ରେ ଡିସ୍ଷ୍ଟାନ୍ସରେ କୋର୍ସ କରୁଥିବା ପିଲା ବି ଏଥିରେ ଆବେଦନ କରିପାରିବେ।
କେମିତି ଆବେଦନ କରିବେ ଜାଣନ୍ତୁ
ପ୍ରଥମେ ପିଏମ୍ ଇଣ୍ଟର୍ଣ୍ଣସିପ ଯୋଜନାର ଅଫିସିଆଲ ୱେବ୍ସାଇଟ୍ pminternship.mca.gov.in ଓପନ କରନ୍ତୁ। ହୋମ ପେଜ ସ୍କ୍ରଲ କରି ରେଜିଷ୍ଟର ନାଓଁ ଅପସନ କ୍ଲିକ୍ କରନ୍ତୁ। ଏହାପରେ ମୋବାଇଲ ନମ୍ବର ଦେବା ସହିତ ସମସ୍ତ ଡିଟେଲ୍ସ ଭରି ସବ୍ମିଟ କରନ୍ତୁ। ନିଜ ଅଞ୍ଚଳ ଅନୁସାରେ ସର୍ବାଧିକ ୫ ସେକ୍ଟରେ ଇଣ୍ଟର୍ଣ୍ଣସିପ୍ ପାଇଁ ଆବଦେନ କରିପାରିବେ। ସବମିଟ କରିସାରିବା ପରେ ହାର୍ଡ କପି ପ୍ରିଣ୍ଟ ଆଉଟ୍ କାଢ଼ି ରଖନ୍ତୁ। ତେବେ ଆଧାର କାର୍ଡ ଲିଙ୍କ ନମ୍ବର ଦେବା ନିହାତି ଜରୁରୀ।
ଆବେଦନ ପ୍ରାର୍ଥୀ ଭାରତୀୟ ହୋଇଥିବା ଆବଶ୍ଯକ। ସେ ଫୁଲ୍ ଟାଇମ ଚାକିରି କରୁନଥିବେ କିମ୍ବା ଫୁଲ୍ ଟାଇମ ସ୍କୁଲ୍ କଲେଜ୍ରେ ପାଠ ପଢୁ ନଥିବେ। ତେବେ ଡିଷ୍ଟାନ୍ସରେ ପାଠ ପଢ଼ୁଥିବା ପିଲା ଆବେଦନ କରିପାରିବେ। ଏଥିସହିତ ପରିବାରରେ କେହି ସରକାରୀ ଚାକିରିଆ ନଥିବେ କିମ୍ବା ପାରିବାରିକ ଆୟ ୮ ଲକ୍ଷରୁ ଅଧିକ ନଥିବା ଦରକାର। ଇଣ୍ଟର୍ଣ୍ଣସିପ ସୁଯୋଗ ପାଇବା ପରେ ପ୍ରାର୍ଥୀ ଉକ୍ତ କମ୍ପାନୀ ୧୨ ମାସ ପର୍ଯ୍ୟନ୍ତ ଟ୍ରେନିଂ ନେବେ। ଟ୍ରେନିଂ ସରିବା ପରେ ଯଦି କମ୍ପାନୀ ଆବଶ୍ୟକ କରନ୍ତି ତେବେ ପ୍ରାର୍ଥୀଙ୍କୁ ନିଯୁକ୍ତି ଅଫର କରିବେ। ତେବେ କମ୍ପାନୀ ଚାକିରି ଦେବା ବାଧ୍ୟତାମୂଳକ ନୁହେଁ।