ପ୍ଲାଷ୍ଟିକକୁ ଉଚ୍ଚଶିକ୍ଷା ଅନୁଷ୍ଠାନରେ ବର୍ଜନ କରାଯାଇଛି ।ଛାତ୍ରଛାତ୍ରୀ କିଭଳି ପ୍ଲାଷ୍ଟିକ ବ୍ୟବହାର ନକରିବେ ସେନେଇ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଯିବ । କଲେଜ କ୍ୟାଣ୍ଟିନ୍, ହଷ୍ଟେଲକୁ ଏକକ ବ୍ୟବହାର ପ୍ଲାଷ୍ଟିକ ଆସିବନି । ତେବେ ପ୍ଲାଷ୍ଟିକ ବୋତଲ ବଦଳରେ ଅନ୍ୟ ଧାତୁର ବୋତଲ ବ୍ୟବହାର କରିପାରିବେ । ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୟୁଜିସି ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଏନେଇ ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତି, କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି ।ପ୍ଲାଷ୍ଟିକର କ୍ଷତିକାରକ ପ୍ରଭାବ ବିଷୟରେ ନିଜ ନିଜ ପରିବାରକୁ ସଚେତନ କରିବା ଏବଂ ନିଜ ପରିବାରକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଉତ୍ସାହିତ କରାଯିବ ।
ଉଚ୍ଚଶିକ୍ଷା ଅନୁଷ୍ଠାନରେ ପ୍ଲାଷ୍ଟିକ ମନା
