
ଜାମସେଦପୁରରେ ପୁଣି ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି ।ଟେକ୍ ଅଫ୍ ପରେ ପରେ କ୍ରାଶ୍ ହୋଇ ବିମାନଟି ଡ୍ୟାମକୁ ଖସି ପଡିଛି ।ମଙ୍ଗଳବାର୧୧ଟାରେ ଜାମସେଦପୁର ସୋନାରୀ ବିମାନବନ୍ଦରରୁ ଆଲକେମିଷ୍ଟ ଆଭିଏସନ୍ର ଏକ ଟୁ-ସିଟ୍ର୍ ଟ୍ରେନି ବିମାନ ଉଡାଣ ଭରିଥିଲା।
ହେଲେ ଟେକ୍ ଅଫ୍ ର କିଛି ସମୟ ମଧ୍ୟରେ ହିଁ ବିମାନଟି ଚଣ୍ଡିଲ ଡ୍ୟାମରେ ଖସିପଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ଥିବା କ୍ୟାପଟେନ ଶୁତ୍ରନନ୍ଦ ଏବଂ ଟ୍ରନି ପାଇଲଟ୍ ଶୁଭ୍ରୋଦୀପ ଦତ୍ତଙ୍କ କୌଣସି ପତ୍ତା ମିଳୁନାହିଁ। ଟ୍ରେନି ପାଇଲଟ୍ ଶୁଭ୍ରୋଦୀପ ଦତ୍ତା ଆଦିତ୍ୟପୁରର ହୋଇଥିବାବେଳେ କ୍ୟାପଟେନ ଶୁତ୍ରନନ୍ଦ ପାଟନାର ବାସିନ୍ଦା ବୋଲି ଜଣା ପଡିଛି ।ଡ୍ୟାମ ନିକଟରେ ପହଞ୍ଚି NDRF ଟିମ ତଦନ୍ତ ଜାରି ରଖିଛି ।ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ବିମାନ କିମ୍ବା ଦୁଇ ପାଇଲଟଙ୍କର କୌଣସି ଖୋଜଖବର ମିଳିନାହିଁ।