
ପୁନେରେ ଭୟଙ୍କର ବିମାନ ଦୁର୍ଘଟଣା ହୋଇଛି ।ଫଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।ପୁଣେ ନିକଟରେ ଅଗଷ୍ଟା ୧୦୯ ଚପର କ୍ରାସ୍ ହୋଇଥିବା ସୂଚନା ମିଳିଛି । ଉକ୍ତ ବିମାନରେ କୌଣସି ଯାତ୍ରୀ ନଥିଲେ ।ହେଲିକପ୍ଟରଟି ଅକ୍ସଫୋର୍ଡ ଗୋଲ୍ଫ କୋର୍ସ ନିକଟରେ ଉଡ଼ାଣ ଭରିଥିଲା । ଆଉ କିଛି ସମୟ ମଧ୍ୟରେ ତାହା ଦୁର୍ଘଟଣାର ଶିକାର ହୋଇଥିଲା ।
ଏହି ଦୁର୍ଘଟଣା ଆଜି ସକାଳ ପାଖାପାଖି ୭.୩୦ ସମୟରେ ହୋଇଥିଲା । ଫଳରେ ଦୁର୍ଘଟଣାରେ ୨ ଜଣ ପାଇଲଟ ଓ ଜଣେ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଫାୟାର ବ୍ରିଗେଡର ଟିମ୍ ପହଞ୍ଚିବା ସହ ମାମଲାର ତଦନ୍ତ ଆରମ୍ଭ କରିଛି।
ସୂଚନାଅନୁସାରେ ଏହା ପୂର୍ବରୁ ଗତ ଅଗଷ୍ଟ ମାସ ୨୪ ତାରିଖରେ ମଧ୍ୟ ପୁଣେରେ ଏକ ଅଘଟଣ ଘଟିଥିଲା । ଏକ ଘରୋଇ କମ୍ପାନୀର ହେଲିକପ୍ଟର କ୍ରାସ ହୋଇଯାଇଥିଲା । ଉକ୍ତ ଦୁର୍ଘଟଣାରେ ୪ ଜଣ ଲୋକ ଆହତ ହୋଇଥିଲେ । ହେଲିକପ୍ଟରଟି ମୁମ୍ବାଇର ଜୁହୁ ଠାରୁ ହାଇଦ୍ରାବାଦ ଅଭିମୂଖେ ଉଡ଼ାଣ ଭରିଥିଲା ।