Site icon UTKAL PRATIDIN

ଦୁର୍ଘଟଣାଗ୍ରସ୍ତ ହେଲା ପିଡିପି ମୁଖ୍ୟ ମେହେବୁବାଙ୍କ ଗାଡ଼ି

Mehbooba-mufti-accident

ଜମ୍ମୁ: ଜମ୍ମୁ କାଶ୍ମୀରରେ ଗୁରୁବାର ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି(ପିଡିପି) ମୁଖ୍ୟ ମେହେବୁବା ମୁଫ୍‌ତିଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଅନନ୍ତନାଗ ଯିବାବେଳେ ରାସ୍ତାରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ପିଡିପି ମିଡିଆ ସେଲ୍ ଅନୁଯାୟୀ, ମେହେବୁବା ମୁଫ୍‌ତି ଏହି ଦୁର୍ଘଟଣାରେ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି।

ତାଙ୍କ ସୁରକ୍ଷା କର୍ମୀମାନେ ମଧ୍ୟ ସୁରକ୍ଷିତ ଅଛନ୍ତି।ପୁଲିସ ଅଧିକାରୀଙ୍କ କହିବାନୁଯାୟୀ, ସଙ୍ଗମ ନିକଟରେ ମେହେବୁବାଙ୍କ କାର୍ ଅନ୍ୟ ଏକ କାର୍ ସହ ଧକ୍କା ହୋଇଥିଲା। ସେ ଅଗ୍ନିକାଣ୍ଡରେ ପୀଡିତଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଖାନବଲ ଯାଉଥିଲେ।

ଏଠାରେ ସୂଚନାଯୋଗ୍ୟ, ସୋମବାର ରାତିରେ ଖାନବଲ ଅଞ୍ଚଳରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡରେ ୮ଟି ପରିବାର କ୍ଷତିଗ୍ରସ୍ତ ହୋଇଥିଲେ।

Exit mobile version