
ସଂସଦରେ ଶୀତ ଅଧିବେଶନ ନଭେମ୍ବର୨୫ରୁ ଆରମ୍ଭ ହୋଇ ଡିସେମ୍ବର ୨୦ ପର୍ଯ୍ୟନ୍ତ ଚାଲିବା ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍ତି।ଏହା ପୂର୍ବରୁ ସର୍ବଦଳୀୟ ବୈଠକ ଡାକିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। ନଭେମ୍ବର ୨୫ରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହେବା
ପୂର୍ବରୁ ୨୪ ତାରିଖ ଦିନ ୧୧ଟାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ସର୍ବଦଳୀୟ ବୈଠକ ଡାକିଛନ୍ତି।ସେହିଭଳି ନଭେମ୍ବର ୨୬ ରେ, ସମ୍ବିଧାନର ୭୫ତମ ବାର୍ଷିକୀ ଅବସରରେ ସଂସଦର ଏକ ମିଳିତ ଅଧିବେଶନ ସମ୍ବିଧାନ ଗୃହ ପୁରୁଣା ସଂସଦ ଗୃହର କେନ୍ଦ୍ରୀୟ ହଲରେ ଏକ ସ୍ୱତନ୍ତ୍ର ମିଳିତ ବୈଠକ ଅନୁଷ୍ଠିତ ହେବ ବୋଲି କୁହାଯାଉଛି।