ନୂଆଦିଲ୍ଲୀ: ଆଜିବି ଯେତେବେଳେ ବିସ୍କୁଟ କଥା ଆସେ, ସବୁଠାରୁ ପ୍ରଥମେ ଗୋଟିଏ ବିସ୍କୁଟର ନାମ ମୁହଁ ରେ ଆସେ । ଆଉ ତାହା ହେଉଛି ପାର୍ଲେ-ଜି । ଏବେ ବଜାରରେ ଅନେକ ଛୋଟ ବଡ କମ୍ପାନୀ ପ୍ରବେଶ କରିଛନ୍ତି କିନ୍ତୁ ପାର୍ଲେଜିର ପ୍ରାଧାନ୍ୟ ଅକ୍ଷୁର୍ଣ୍ଣ ରହିଛି । ଗୋଟିଏ ସମୟରେ ପାର୍ଲଜି ଦୁନିଆର ସବୁଠାରୁ ଅଧିକ ବିକ୍ରି ବିସ୍କୁଟ ନାମରେ ଜଣାସୁଣା ଥିଲା । ଏବେ କିନ୍ତୁ ପାର୍ଲେଜି ଉପରେ କଳା ମେଘ ଢାଙ୍କି ହୋଇ ଯାଇଛି । ଅଘୋଷିତ ବିଦେଶୀ ସମ୍ପତ୍ତି ଓ ବେଆଇନ ନେଣଦେଣ ଅଭିଯୋଗରେ ଦେଶର ଏକ ବଡ଼ ଏଫ୍ସିଜି କମ୍ପାନୀ ପାର୍ଲେଜି ଉପରେ ହୋଇଛି ଆୟକର ବିଭାଗ ଚଢ଼ାଉ କରିଛି । ସେପଟେ କିନ୍ତୁ ଆୟକର ବିଭାଗ ତରଫରୁ ଏଯାବତ୍ କୌଣସି ରିପୋର୍ଟ ହସ୍ତଗତ ହୋଇନି । ତେବେ ଏହି କମ୍ପାନୀର ଆରମ୍ଭ ଓ ବ୍ୟବସାୟକୁ ନେଇ ବହୁତ ସୁନ୍ଦର ଓ ମଜାଦାର କାହାଣୀ ମଧ୍ୟ ଅଛି ।
ଛୋଟ ପିଲା ହୁଅନ୍ତୁ କି ବୃଦ୍ଧ ବ୍ୟକ୍ତି ହୁଅନ୍ତୁ ବା ଯୁବକ ହୁଅନ୍ତୁ, ପ୍ରାୟ ସମସ୍ତେ ପାର୍ଲେଜି ବିସ୍କୁଟ ନାମ ଶୁଣିଥିବେ । ଏହି ନାମ ଏବଂ ଉତ୍ପାଦନ କେବଳ ଗୋଟିଏ ବିସ୍କୁଟ ବ୍ରାଣ୍ଡର ନାମ ନହେଁ ବରଂ ଏହା ଲୋକଙ୍କ ଭାବନା ସହିତ ଜଡିତ । ତେବେ ସମୟ ଆଗକୁ ବଢିବା ସହ ଏହି ବିସ୍କୁଟର ପ୍ୟାକେଜିଂ, ମୂଲ୍ୟ ମଧ୍ୟ ବଦଳିଛି । କିନ୍ତୁ ଏହାର ସ୍ୱାଦ ସମାନ ରହିଛି । ଦ୍ୱିତୀୟ ବିଶ୍ୱ୍ୟୁଦ୍ଧ ସମୟରେ ଏହି ବିସ୍କୁଟ ଉଭୟ ଭରତୀୟ ଏବଂ ବ୍ରିଟିଶ ସେନା ମାନଙ୍କର ମନପସନ୍ଦ ବିସ୍କୁଟ ଥିଲା । ୧୯୨୮ ମସିହାରେ ହାଉସ୍ ଅଫ୍ ପାର୍ଲେ କମ୍ପାନୀର ପ୍ରତିଷ୍ଠାତା ମୋହନଲାଲ ଦିନଲ ପ୍ରଥମେ କମ୍ପାନୀରେ ପାର୍ଲେ କ୍ୟାଣ୍ଡି ପ୍ରସ୍ତୁତ କରୁଥିଲେ । ପାର୍ଲେ କ୍ୟାଣ୍ଡି ପ୍ରସିଦ୍ଧ ହେବାପରେ ମୋହନଲାଲ ଦିନଲଙ୍କ ମନରେ ବ୍ୟବସାୟ ବିସ୍ତାର ପାଇଁ ଯୋଜନା ଗଠନ ହେବାରେ ଲାଗିଲା । ହେଲେ ଏକ ନୂଆ ଉତ୍ପାଦ ଆଣିବାକୁ ତାଙ୍କୁ ୧୦ ବର୍ଷ ସମୟ ଲାଗିଗଲା ଏବଂ ପାର୍ଲେ ୧୯୩୮ ରେ ପ୍ରଥମେ ପାର୍ଲେ-ଗ୍ଲୋକୋ ନାମରେ ବିସ୍କୁଟ ଲଞ୍ଚ୍ କଲେ ।
ସ୍ୱାଧିନତା ପୂର୍ବରୁ ପାର୍ଲେଜି ବିସ୍କୁଟ ନାମ ଗ୍ଲୋକୋ ନାମରେ ଥିଲା । ମାତ୍ର ସ୍ୱାଧୀନତା ପାରେ ଏହି ବିସ୍କୁଟ ବନ୍ଦ କରିଦିଆଗଲା । ତେବେ ଖାଦ୍ୟ ଅଭାବରୁ କମ୍ପାନୀ ବନ୍ଦ ହେବା ପରେ, ପୁନର୍ବାର ବିସ୍କୁଟ ଉତ୍ପାଦନ ଆରମ୍ଭ କଲା । ମାତ୍ର ସେତେ ବେଳକୁ ବଜାରରେ ଅନେକ ଛୋଟ ବଡ ବିସ୍କୁଟ ଉତ୍ପାଦନ କରୁଥିବା କମ୍ପାନୀ ପ୍ରବେଶ କରିସାରିଥିଲେ । ୮୦ ଦଶକରେ ଗ୍ଲୁକୋ ବିସ୍କୁଟର ନାମ ସାମାନ୍ୟ ପରିବର୍ତ୍ତନ କରି ବଜାରରେ ଲଞ୍ଚ କରାଗଲା । ଆଉ ଏହି ବିସ୍କୁଟର ନୂତନ ନାମ ରଖାଗଲା ପାର୍ଲେଜି । ଧିରେ ଧିରେ ପାର୍ଲେଜି ଦେଶର ସମସ୍ତ ଲୋକଙ୍କର ପ୍ରିୟ ହୋଇଗଲା ଏବଂ ଏହାର ବ୍ୟବସାୟ ମଧ୍ୟ ଦୃତ ଗତିରେ ବଢିବାରେ ଲାଗିଲା । ଏବେ ପର୍ଯ୍ୟନ୍ତ ପାର୍ଲେଜିର ପ୍ରାଧାନ୍ୟ ବହୁତ ଅଧିକ ରହିଛି । ପାର୍ଲେର ଆରମ୍ଭ ମାତ୍ର ୧୨ ଜଣ ସଦସ୍ୟଙ୍କୁ ନେଇ ହୋଇଥିଲା । ବର୍ତ୍ତମାନ ଦେଶର ୩୦ ଲକ୍ଷରୁ ଅଧିକ ଖୁଚୁରା ଷ୍ଟୋରରେ ପାର୍ଲେଜି ବ୍ରଣ୍ଡ ପହଂଚିସାରିଛି ।