
ପ୍ୟାରିସ: ପ୍ୟାରିସ ଅଲମ୍ପିକକୁ ନେଇ ଆସିଲା ଖୁସି ଖବର | ଭାରତକୁ ମିଳିଲା ଆଉ ଏକ ସମ୍ମାନ | ସ୍ୱପ୍ନିଲ କୁଶାଳେ ଭାରତକୁ ଭେଟି ଦେଇଛନ୍ତି ପୁଣି ଏକ ବ୍ରୋଞ୍ଚ ପଦକ |
୫୦ ମିଟର ରାଇଫଲ ଥ୍ରୀ ପୋଜିସନ୍ ଫାଇନାଲରେ ସ୍ୱପ୍ନିଲଙ୍କୁ ମିଳିଛି ବ୍ରୋଞ୍ଚ | ଏହାକୁ ମିଶାଇ ଭାରତର ପଦକ ସଂଖ୍ୟା ୩ରେ ପହଂଚିଛି | ତେବେ ଦେଶ ତାଙ୍କଠାରୁ ସ୍ଵର୍ଣ ଆଶା କରୁଥିବା ବେଳେ ବ୍ରୋଞ୍ଚରେ ସନ୍ତୁଷ୍ଟ ହେବାକୁ ପଡିଛି |
ପ୍ୟାରିସ ଅଲମ୍ପିକ ୨୦୨୪ର ଆଜି ୬ଷ୍ଠ ଦିନ | ଭାରତୀୟ ଦଳ ଖୁବ ଜି-ଜାନ ଦେଇ ଖେଳୁଛନ୍ତି | ସେମାନଙ୍କର ପ୍ରଦର୍ଶନ ଖୁବ ଭଲ ରହୁଛି | ଆଜି ତୃତୀୟ ପଦକ ନିଶ୍ଚିତ କରିଛନ୍ତି | ଆଜିର ଅଲମ୍ପିକରେ ୨୦ ଜଣ ଖେଳାଳିଙ୍କୁ ଆକ୍ସନ ମୋଡ଼ରେ ଦେଖିବାକୁ ମିଳିଥିଲା | ଏମାନଙ୍କ ମଧ୍ୟରୁ ୩ଟି ଇଭେଣ୍ଟରେ ପଦକ ପାଇଁ ମୁକାବିଲା କରିଥିଲେ |
ପ୍ରଥମେ ୧୦ ମିଟର ଏୟାର ପିସ୍ତଲ ମହିଳା ବର୍ଗରେ ମନୁ ଭାକର ପ୍ରଥମ ଭ୍ରୋଞ୍ଜ ଭେଟି ଦେଇଥିଲେ। ଏହା ପରେ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ଭାରତକୁ ବ୍ରୋଞ୍ଜ ଦେଇଥିଲେ ମନୁ ଭାକର ଓ ସରବଜୋତ ସିଂହ |