
ନୂଆଦିଲ୍ଲୀ: ସରିଯାଇଛି ପ୍ୟାରିସ ଅଲମ୍ପିକ | ଭାରତକୁ ମିଳିଛି କିଛି ଖୁସି..କିଛି ଦୁଃଖଦ ଅନୁଭୂତି | ଗୋଟିଏ ରୌପ୍ୟ ଆଉ ୫ଟି ବ୍ରୋଞ୍ଜ ପାଦକରେ ସନ୍ତୁଷ୍ଟ ହୋଇଛି ଭାରତ | ଅନ୍ୟ ପକ୍ଷରେ ଭିନେଶ ଫୋଗଟ ଖାଲି ହାତରେ ଫେରିବା ସବୁ ଭାରତୀୟଙ୍କ ହୃଦୟକୁ ଭିଜାଇ ଦେଇଛି |
ଅଲମ୍ପିକ ସରି ଯାଇଛି ସତ, ହେଲେ ଅଲମ୍ପିକ ଆଥଲେଟମାନଙ୍କୁ ନେଇ ଚର୍ଚ୍ଚା କମୁନି | ନିରଜ ଚୋପ୍ରା ଦେଶ ପାଇଁ ସିଲଭର ପଦକ ଅଣିଥିବାବେଳେ ମାନୁ ଭାକର ଆଣିଛନ୍ତି ୨ଟି ମେଡାଲ | ତେବେ ମନୁ-ନିରଜଙ୍କର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯାହାକୁ ନେଇ ୟୁଜର୍ସମାନେ ଅଜବ-ଗଜଵ ମତ ଦେଇଛନ୍ତି |
ଏକ ଭିଡିଓରେ ମନୁ-ନିରଜ କଥା ହେଉଥିବା ସାମ୍ନାକୁ ଆସିଛି | ଜଣେ ୟୁଜର୍ସ ମତାମତ ଦେଇ କହିଛନ୍ତି ଯେମିତି ଉଭୟ ପରସ୍ପର ଉପରେ କ୍ରସ ରଖିଛନ୍ତି | ଅନ୍ୟ ଜଣେ ଲେଖିଛନ୍ତି, ଦେଖନ୍ତୁ..କେହି କାହା ଆଖିକୁ ଚାହିଁ ପାରୁନାହାନ୍ତି |
ଆଉ ଏକ ଭିଡିଓରେ ମନୁଙ୍କ ମା’ ନିରଜଙ୍କ ସହ କଥା ହେଉଛନ୍ତି | କଥା ହେଉ ହେଉ ମନୁଙ୍କ ମା’ ହସି ହସି ନିରଜଙ୍କ ହାତ ଆଣି ନିଜ ମୁଣ୍ଡ ଉପରେ ରଖୁଛନ୍ତି | ଯେମିତି ତାଙ୍କଠାରୁ କିଛି ପ୍ରତିଶୃତି ମାଗି ନେଉଛନ୍ତି | ୟୁଜର୍ସମାନେ ଏହାକୁ ନେଇ ବେଶ ମଜାଳିଆ କମେନ୍ଟ ଦେଇଛନ୍ତି | ଲେଖିଛନ୍ତି, ମନୁଙ୍କ ମା’ ନିରାଜଙ୍କଠାରୁ କି ପ୍ରତିଶୃତି ମାଗି ନେଉଛନ୍ତି ?
ଯାହା ବି ହେଉ, ମନୁ -ନିରାଜ ନିରାଜ ପ୍ୟାରିସ ଅଲମ୍ପିକରେ ଦ୍ବଯ ବାହକ ହୋଇଥାନ୍ତେ | କିନ୍ତୁ ପରେ ଏହି ଯୋଜନା ବଦଳି ଯାଇଥିଲା | ଶ୍ରୀଜେସଙ୍କୁ ନିରଜଙ୍କ ଜାଗାରେ ନିଆଗଲା |
ପ୍ୟାରିସ ଅଲମ୍ପିକରେ ନିରଜଙ୍କ ଅଭିଯାନ ସନ୍ତୋଷ ଜଣକ ନ ଥିଲା | ଟୋକିଓ ଅଲମ୍ପିକରେ ସ୍ଵର୍ଣ ଅଣିଥିବାବେଳେ ଏଠା ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡିଥିଲା | ତେବେ ମନୁ ଭାକର ପ୍ରଥମ ଥର ଅଲମ୍ପିକ ଖେଳି ଦୁଇଟି ବ୍ରୋଞ୍ଜ ପଦକ ପାଇଥିଲେ |