Site icon UTKAL PRATIDIN

ପାଣ୍ଡିଆନଙ୍କ ହେଲିକପ୍ଟର ବୁଲାର ହେବ ତଦନ୍ତ

1829854-vkarthikeyanpandian

ଖୁବଶୀଘ୍ର ପାଣ୍ଡିଆନଙ୍କ ହେଲିକପ୍ଟର ଗ୍ରସ୍ତର ତଦନ୍ତ ହେବ । ଜଣେ ସଚିବଙ୍କୁ ହେଲିକପ୍ଟରରେ ବୁଲିବାକୁ କିଏ ଅନୁମତି ଦେଲା, ହେଲିପ୍ୟାଡ଼ ନିର୍ମାଣ ପାଇଁ କିଏ ନିର୍ଦେଶ ଦେଇଥିଲା ଏବଂ ଖର୍ଚ୍ଚ କେମିତି ହେଲା ତାହା ହେବ ତଦନ୍ତ ପରିସରଭୁକ୍ତ ହେବ ।ଆଇନ ମନ୍ତ୍ରୀ ପୃଥ୍ୱୀ ରାଜ ହରିଚନ୍ଦନ କହିଛନ୍ତି ତୁରନ୍ତ ଏହି ଘଟଣାର ତଦନ୍ତ କରାଯାଇ ଦଣ୍ଡ ବିଧାନ କରାଯିବ ।ସେ ୪୦୦ରୁ ୪୫୦ ଜାଗା ହେଲିକପ୍ଟରରେ ବୁଲିଛନ୍ତି।ହେଲିପ୍ୟାଡ଼ ନିର୍ମାଣ ପାଇଁ ରାଜ୍ୟ ରାଜକୋଷରୁ କେତେ ଖର୍ଚ୍ଚ ହୋଇଛି ସେ ନେଇ ତୁରନ୍ତ ତଦନ୍ତ ଆରମ୍ଭ ହେବ ।

ଅନ୍ୟପଟେ ପାଣ୍ଡିଆନଙ୍କ ହେଲିକପ୍ଟର ବୁଲା ପ୍ରସଙ୍ଗରେ କଂଗ୍ରେସ ପ୍ରଥମେ ଏହି ପ୍ରସଙ୍ଗ ଉଠାଇ ତଦନ୍ତ ଦାବି କରିଥିବା କହିଲେ ବରିଷ୍ଠ ନେତା ବିଜୟ ପଟ୍ଟନାୟକ । ଏଥିସହ କୋଭିଡ ସମୟରେ ହୋଇଥିବା ଦୁର୍ନୀତି ଓ ଅନ୍ୟ ଦୁର୍ନୀତିର ତଦନ୍ତ ହେଉ ବୋଲି ସେ ଦାବି କରିଛନ୍ତି । କେବଳ ଗୋଟିଓ ଦୁଇଟି ଦୁର୍ନୀତିର କଥା କହି ବଡ଼ ଦୁର୍ନୀତିକୁ ରାଜ୍ୟ ସରକାର ଭୁଲି ନଯାନ୍ତୁ ବୋଲି କହିଛନ୍ତି ବିଜୟ ପଟ୍ଟନାୟକ।

Exit mobile version