
ଅନୁଗୁଳ: ଅନୁଗୁଳ ଗସ୍ତରେ ଅଛନ୍ତି 5T ଅଧକ୍ଷ କାର୍ତ୍ତିକ ପାଣ୍ଡିଆନ l କିଶୋରନଗର ବଡ଼ପଡ଼ିଆରେ ସାଧାରଣ ସଭାକୁ ସମ୍ବୋଧିତ କରୁଛନ୍ତି ପାଣ୍ଡିଆନ । ମିଳିଥିବା ଦରଖାସ୍ତ ଓ ଅଭିଯୋଗ ପତ୍ରର ଉତ୍ତର ସନ୍ଧ୍ୟା ସୁଦ୍ଧା ଖୁସି ଖବର ରୂପେ ପାଇବେ ବୋଲି କହିଛନ୍ତି 5T ଅଧ୍ଯକ୍ଷ । ମନ୍ଦିର, ମସଜିଦ, କମ୍ଯୁନିଟି ସେଣ୍ଟର ଉନ୍ନତି ପାଇଁ ଖୁସି ଖବର ପାଇବେ । ଆଜି ସନ୍ଧ୍ୟା ସୁଦ୍ଧା ଅନୁମୋଦନ ଅର୍ଡର ଆସିବ ବୋଲି ସୂଚନା ମିଳିଛି ।
ପୂର୍ବରୁ ଖୁସି ଖବର ପାଇବା ପାଇଁ ସାତ ଦିନ ଅପେକ୍ଷା କରିବାକୁ ପଡୁଥିଲା କିନ୍ତୁ ଏବେ ସନ୍ଧ୍ୟା ସୁଦ୍ଧା ଖୁସି ଖବର ମିଳିବ ବୋଲି 5T ଅଧକ୍ଷ ଭି.କେ ପାଣ୍ଡିଆନ କହିଛନ୍ତି l ମିଳୁଥିବା ଅର୍ଥକୁ ସ୍ୱଚ୍ଛତାର ସହ ଖର୍ଚ୍ଚ କରିବାକୁ ସେ ଆହ୍ବାନ ଦେଇଛନ୍ତି ।
ସେହିପରି ଆସନ୍ତାକାଲି ଆଶା ଦିଦି ଭଲ ଖବର ପାଇବେ । ୯ ତାରିଖରେ ମିଶନ ଶକ୍ତି ମାଆ, ଚର୍ଚ୍ଚ, ବ୍ୟାଙ୍କ ମିତ୍ର ଖୁସି ଖବର ପାଇବେ । ୧୦ ଲକ୍ଷ ଯାଏ ଋଣ ପାଇବାକୁ ସରକାର ବ୍ୟବସ୍ଥା କରିଛନ୍ତି । ଅଙ୍ଗନବାଡି, ଗର୍ଭବତୀ ସମସ୍ତଙ୍କ ଦରମା ବଢିଛି । ସମସ୍ତେ ମିଶି ସଶକ୍ତ ଓଡ଼ିଶା ଗଢିବାକୁ ଏହି ଅବସରରେ ଆହ୍ବାନ ଦେଇଛନ୍ତି 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ ।