Site icon UTKAL PRATIDIN

ଗଜପତିର ଖଜୁରି ଗୁଡ଼କୁ ମିଳିଲା ଜିଆଇ ମାନ୍ୟତା

khajudi_gura_date_palm_jaggery_odisha_1704365912686_1704365918753-750x430-1

ଗଜପତି: ଗଜପତି ଜିଲ୍ଲାର ଖଜୁରୀ ଗୁଡ଼କୁ ମିଳିଛି ଭୌଗୋଳିତ ସଂକେତ ବା ଜିଆଇ ଟ୍ୟାଗ୍ ମାନ୍ୟତା । ଗଜପତିର ଗୁଡ ଚାଷୀ ବହୁତ ଦିନ ହେଲା ଧାରଣାରେ ବସିଥିବା ବେଳେ ତାଙ୍କ ଦାବି ଆଜି ପୂରଣ ହୋଇଛି । ଜିଆଇ ଟ୍ୟାଗ ମିଳିବା ପରେ ଏହାର ଚାହିଦା ଦେଶ ବିଦେଶରେ ଆହୁରି ବୃଦ୍ଧି ହେବା ସହ ଅନେକ ବେରୋଜଗାରଙ୍କୁ ରୋଜଗାରକ୍ଷମ କରାଇବ ବୋଲି ବୁଦ୍ଧିଜୀବୀ ମହଲ ଆଶା ପ୍ରକଟ କରିଛନ୍ତି।

ଗଜପତି ଜିଲ୍ଲାର ଶହ ଶହ ଆଦିବାସୀଙ୍କ ଜୀବନ ଜୀବିକାର ପ୍ରମୁଖ ମାଧ୍ୟମ ହୋଇଥିବା ଖଜୁରୀ ଗୁଡ଼ ମୁଖ୍ୟତଃ ତିନି ପ୍ରକାରର, ଯଥା: ଧୂଳି ଗୁଡ଼, ଚେକା ଗୁଡ଼ ଓ ତରଳ ଗୁଡ଼ । ପ୍ରାକୃତିକ ଉପାୟରେ ସଂଗୃହିତ ଖଜୁରୀ ରସକୁ ଜୈବିକ ପଦ୍ଧତିରେ ପ୍ରସ୍ତୁତ କରାଯାଏ, ଯାହାର ସ୍ୱାଦ ନିଆରା ଏବଂ ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପଯୋଗୀ । ଗଜପତି ଜିଲ୍ଲାର ପର୍ବତ ପାଦଦେଶରେ ବହୁଳ ମାତ୍ରାରେ ଖଜୁରି ଗଛ ଦେଖାଯାଏ। ସେଥି ମଧ୍ୟରୁ ସଉରା ଜାତିର ଜନଜାତିମାନେ ଖଜୁରୀ ଗୁଡ଼ ପ୍ରସ୍ତୁତ କରିଥାନ୍ତି। ତେବେ ୨୦୨୦ ମସିହା ଜୁନ୍‌ ୧୨ ତାରିଖରେ ଏହାକୁ ଜିଆଇ ମାନ୍ୟତା ଦେବାପାଇଁ ଆବେଦନ ହୋଇଥିବା ବେଳେ ଆଜି ଏହାକୁ ଜିଆଇ ମାନ୍ୟତା ପ୍ରଦାନ କରାଯାଇଛି।

୧୯୫୯ ମସିହାରେ କ୍ଷୁଦ୍ର ଚାଷୀଙ୍କ ପାଇଁ ସରକାର ଗଜପତି ଜିଲ୍ଲାର ଆର.ଉଦୟଗିରି ବ୍ଲକ ଲୁବୁରିସିଂ ଠାରେ ତାଳଗୁଡ ପ୍ରକଳ୍ପ ନାମରେ ଏକ ପ୍ରକଳ୍ପ ନିର୍ମ।ଣ କରିଥିଲେ । ପ୍ରକଳ୍ପ ନିର୍ମ।ଣ ହେବାପରେ ଧୀରେ ଧୀରେ ଖଜୁରୀ ରସକୁ ବ୍ୟବହାର କରି ତାଳଗୁଡ ପ୍ରସ୍ତୁତି କରି ରୋଜଗାର ପାଇପାରୁଛନ୍ତି ସେଠାକାର ଚାଷୀ । ଏହି ପ୍ରକଳ୍ପ ଦ୍ବାରା ପ୍ରାୟ ୧୨ଶହରୁ ଅଧିକ ଚାଷୀ ଲାଭବାନ ହୋଇ ପାରୁଛନ୍ତି । ଏଥିରୁ ପ୍ରତିବର୍ଷ ପ୍ରାୟ ୬ ଶହ କ୍ବିଣ୍ଟାଲ ଗୁଡ ପ୍ରସ୍ତୁତ କରାଯାଏ ।

Exit mobile version