ଆସନ୍ତା ମାସ ଅର୍ଥାତ୍ ଅକ୍ଟୋବର ୫ରୁ ଆରମ୍ଭ ହେବା ପାଇଁ ଯାଉଛି ଦିନିକିଆ ବିଶ୍ୱକପ୍ l ଏନେଇ ସବୁ ଦଳ ନିଜର ଜୋରସୋର ପ୍ରସ୍ତୁତି କରୁଥିବା ବେଳେ ଏବେ ଭାରତରେ ପହଞ୍ଚି ସାରିଛି ପାକିସ୍ତାନୀ ଦଳ l ଦୀର୍ଘ ୭ ବର୍ଷ ପରେ ଭାରତ ମାଟିରେ ପାଦ ରଖିଛନ୍ତି ପାକିସ୍ତାନ ଟିମ୍ । ପାକ୍ ଟିମ୍ ଲାହୋରରୁ ବାହାରି ଦୁବାଇ ଦେଇ ଗତକାଲି ରାତିରେ ହାଇଦ୍ରାବାଦରେ ପହଁଚିଛି ।
ସୂଚନା ଅନୁଯାୟୀ, ଭାରତ ଆସିବା ପୂର୍ବରୁ ପାକିସ୍ତାନ ଟିମ୍ ଭିସା ସମସ୍ୟାର ସମ୍ମୁଖୀନ ହୋଇଥିଲା । ଭାରତ ଆସିବାର ୪୮ ଘଣ୍ଟା ପୂର୍ବରୁ ହିଁ ଏହି ଭିସା ସମସ୍ୟା ଦୂର ହୋଇଥିଲା । ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ସମସ୍ୟା ପାଇଁ ଦୀର୍ଘ ୭ ବର୍ଷ ହେବ ଭାରତରେ କୌଣସି କ୍ରିକେଟ୍ ମ୍ୟାଟ୍ ଖେଳି ନଥିଲା ପାକିସ୍ତାନ ଦଳ । ଶେଷ ଥର ପାଇଁ ୨୦୧୬ରେ ଭାରତରେ ଆୟୋଜିତ ଟି-୨୦ ବିଶ୍ୱକପରେ ଖେଳିବା ପାଇଁ ପାକିସ୍ତାନା ଟିମ୍ ଭାରତ ଆସିଥିଲା ।
ଅନ୍ୟପଟେ ଭିସା ବିଳମ୍ବ ହେତୁ ପାକିସ୍ତାନୀ ଦଳର ବିଶ୍ୱକପ ପ୍ରସ୍ତୁତି ବାଧାପ୍ରାପ୍ତ ହୋଇଛି ବୋଲି ପାକିସ୍ତାନ କ୍ରିକେଟ୍ ବୋର୍ଡ ଆଇସିସିକୁ କହିଛି l ତେଣୁ ନିଜକୁ ସଠିକ ରୂପେ ପ୍ରସ୍ତୁତ କରିବା ପାଇଁ ପକ ଦଳ ହାଇଦ୍ରାବାଦରେ ଏହାର ୱାର୍ମ ଅପ୍ ମ୍ୟାଚ୍ ଖେଳିବ । ସେପ୍ଟେମ୍ବର ୨୯ ତାରିଖରେ ନ୍ୟୁଜିଲାଣ୍ତ ଓ ଅକ୍ଟୋବର ୩ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ଅଭ୍ୟାସ ମ୍ୟାଚ୍ ଖେଳିବ ପାକିସ୍ତାନ ଦଳ l ଏହା ପରେ ସେପ୍ଟେମ୍ବର ୬ ତାରିଖରେ ବିଶ୍ୱକପରେ ନିଜର ପ୍ରଥମ ମ୍ୟାଚ ନେଦରଲ୍ୟାଣ୍ଡ ବିପକ୍ଷରେ ଖେକିବାକୁ ପଡ଼ିଆକୁ ଓଲ୍ହାଇବା ପାକିସ୍ତାନୀ ଦଳ ।

