ଆଜି ଦିନିକିଆ ବିଶ୍ୱକପର ଦ୍ଵିତୀୟ ଦିନରେ ପାକିସ୍ତାନ ଓ ନେଦରଲାଣ୍ଡ ମୁଁହାମୁହିଁ ହୋଇଥିଲେ l ତେବେ ପ୍ରଥମ ମ୍ୟାଚରୁ ବିଜୟର ସହ ଯାତ୍ରା ଆରମ୍ଭ କରିଛି ପାକିସ୍ତାନ l ଶୁକ୍ରବାର ଅର୍ଥାତ ଆଜି ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ନେଦରଲ୍ୟାଣ୍ଡକୁ ୮୧ ରନ୍ ପରାସ୍ତ କରି ବିଜୟ ହାସଲ କରିଛି ପାକିସ୍ତାନ l

ଆଜିର ମ୍ୟାଚ ରେ ନେଦରଲାଣ୍ଡ ଟସ ଜିତି ପାକିସ୍ତାନ ବିପକ୍ଷରେ ପ୍ରଥମେ ବାଲିଂ କରିବାର ନିଷ୍ପତି ନେଇଥିଲା l ତେବେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୪୯ ଓଭରରେ ୨୮୬ ରନ କରି ଅଲଆଉଟ ହୋଇଯାଇଥିଲା । ପାକିସ୍ତାନ ବ୍ୟାଟ୍ସମ୍ୟାନ ସାଉଦ ଶକିଲ ଏବଂ ମହମ୍ମଦ ରିଜୱାନ ଉଭୟ ୬୮ ରନ ଲେଖାଏଁ ସଂଗ୍ରହ ପାକିସ୍ତାନ ପାଇଁ ବିଜୟର ଦ୍ୱାର ଖୋଲିଥିଲେ । ଏହା ବ୍ୟତୀତ ଶେଷ ପର୍ଯ୍ୟୟରେ ମହମ୍ମଦ ନୱାଜ ଏବଂ ଶାଦବ ଖାନ ମଧ୍ୟ ୩୦ ରୁ ଉର୍ଦ୍ଧ ପାକିସ୍ତାନକୁ ଜିତେଇବାରେ କିଛି ଅବଦାନ ଦେଇଥିଲେ।

ଅପରପକ୍ଷରେ ନେଦରଲାଣ୍ଡ ୨୮୭ ରନ ଲକ୍ଷରେ ମଇଦାନକୁ ଓଲ୍ହାଇ କେବଳ ୨୦୫ ରନ କରିବାକୁ ସକ୍ଷମ ହୋଇପାରିଥିଲା l ଏହାର ଜବାବରେ ନେଦରଲ୍ୟାଣ୍ଡ ଓପନର୍ ବିକ୍ରମଜିତ୍ ସିଂ ୬୭ ବଲରୁ କେବଳ ୫୨ ରନ କରିଥିଲେ ଏବଂ ବାସ୍ ଦେ ଲିଡେ ୬୮ ବଲରୁ ସର୍ବାଧିକ ୬୭ ରନ ଯୋଡିବାକୁ ସକ୍ଷମ ହୋଇପାରିଥିଲେ l ଫଳରେ ୪୧ ଓଭରରେ ନେଦରଲାଣ୍ଡ କେବଳ ୨୦୫ ରନ କରି ଅଲଆଉଟ ହୋଇଯାଇଥିଲା l
