ନୂଆଦିଲ୍ଲୀ: ପ୍ରସାରିତ ହୋଇଛି ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତର ୧୨୧ତମ ସଂସ୍କରଣ । ମନ୍ କି ବାତର କାର୍ଯ୍ୟକ୍ରମରେ ପହଲଗାମ ଆତଙ୍କୀ ହମଲାକୁ ନିନ୍ଦା କରିଛନ୍ତି ମୋଦି । ପୀଡ଼ିତଙ୍କ ପରିବାରକୁ ନ୍ୟାୟ ମିଳିବା ସହ ଆତଙ୍କକାରୀଙ୍କୁ କୋଠର ଦଣ୍ଡ ମିଳିବ ବୋଲୋ କହିଛନ୍ତି ମୋଦି । ମୋଦୀ କହିଛନ୍ତି ଯେ, ଆତଙ୍କୀ ହମଲା ଭାରତୀୟଙ୍କ ରକ୍ତରେ ନିଆଁ ଲଗାଇଛି । ଜାମ୍ମୁ ଓ କାଶ୍ମୀରକୁ ଶାନ୍ତି ଫେରୁଥିଲା । ଜାମ୍ମୁ ଓ କାଶ୍ମୀରରେ ଶାନ୍ତି ସହିପାରିଲେନି ଆତଙ୍କୀ । ଆତଙ୍କବାଦ ବିରୁଦ୍ଧ ଲଢ଼େଇରେ ଏକତା ହି ବଳ । ହମଲାକୁ ନିନ୍ଦା କରି ବିଶ୍ବ ନେତା ଚିଠି ପଠାଇଛନ୍ତି । ୧୪୦ କୋଟି ଭାରତୀୟଙ୍କ ସହ ବିଶ୍ବ ଛିଡ଼ା ହୋଇଛି ବୋଲି କହିଛନ୍ତି ମୋଦି ।
ମୋଦି ଆହୁରି କହିଛନ୍ତି, ପହଲଗାମ ଆତଙ୍କୀ ଆକ୍ରମଣ ଦେଶବାସୀଙ୍କୁ ଦୁଃଖ ଦେଇଛି । ଆକ୍ରମଣକୁ ନେଇ ଭାରତୀୟଙ୍କ ମନରେ ଆକ୍ରୋଶ ଦେଖାଦେଇଛି । ଏଭଳି ଘଟଣାକୁ ନେଇ ସାରା ବିଶ୍ବ ସମବେଦନା ଜଣାଉଛି । ପୀଡିତଙ୍କ ପରିବାରକୁ ନ୍ୟାୟ ମିଳିବ । ଆକ୍ରମଣକାରୀ ଏବଂ ଷଡ଼ଯନ୍ତ୍ରରେ ସାମିଲ ବ୍ୟକ୍ତିଙ୍କୁ କଠୋର ଦଣ୍ଡ ମିଳିବ । ଜମ୍ମୁକାଶ୍ମୀରର ବିକାଶକୁ ସହ୍ୟ କରିପାରୁ ନାହାନ୍ତି ଆତଙ୍କବାଦୀ । ଏକତା ହିଁ ଆମର ବଡ଼ ଶକ୍ତି । ଆତଙ୍କବାଦୀଙ୍କ ବିରୋଧରେ ସାରାଦେଶ ଏକାଠି ହୋଇଛି । ଆତଙ୍କବାଦୀଙ୍କ ବିରୋଧରେ ସାରା ବିଶ୍ବ ସମର୍ଥନ ଜଣାଉଛି ବୋଲି କହିଛନ୍ତି ମୋଦି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଆତଙ୍କବାଦୀ ବିରୁଦ୍ଧରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ଦେଶବାସୀ ଏକ ହୋଇଛନ୍ତି । ଏହାହିଁ ଆମର ବଳ, ନିର୍ଣ୍ଣାୟକ ଲଢ଼େଇ ପାଇଁ ଏହି ବଳ ହିଁ ଆମ ଆଧାର ହେବ । ଆମକୁ କେବଳ ଆମ ସଂକଳ୍ପକୁ ମଜଭୁତ କରିବାର ଅଛି । ଯେଉଁମାନେ ଏଭଳି ବର୍ବର କାଣ୍ଡ ଘଟାଇଛନ୍ତି ସେମାନଙ୍କୁ କଠୋର ଦଣ୍ଡ ଦିଆଯିବ । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ବଶ୍ୱନେତାମାନେ ପ୍ରଧାନମନ୍ତ୍ରୀ ଫୋନ୍ କରି କିମ୍ବା ଚିଠି ମାଧ୍ୟମରେ ସମବେଦନା ଜଣାଇଛନ୍ତି । ମୋଦୀ କହିଛନ୍ତି ଯେ, ସାରା ବିଶ୍ୱ ୧୪୦ କୋଟି ଭାରତୀୟଙ୍କ ସହ ଠିଆ ହୋଇଛି ।

