Site icon UTKAL PRATIDIN

ରାଜଧାନୀର ଗଳିକନ୍ଦିରେ ଖୋଲୁଛି ଓୟ

5

ଭୁବନେଶ୍ୱର: କମ ପରିଶ୍ରମ ଓ ଅଳ୍ପ ସମୟରେ ଅଧିକ ରୋଜଗାର କରିବା ଏବେ ପ୍ରାୟତଃ ଲୋକଙ୍କ ପ୍ରଥମ ପସନ୍ଦ। ସେଥିପାଇଁ ନୂଆ ନୂଆ ଉପାୟ ଆପଣାଇ ଲେଣି ଲୋକେ। ଯଦି ସହରରେ ଜାଗା ଅଛି ତାହେଲେ ଆହୁରି ସୁବିଧା। ଗଲି କାନ୍ଦିରେ ଘର କରି ଓୟକୁ ଦେଲେ ବେଶ ରୋଜଗାର ହେଉଛି। ଏଭଳି ବ୍ୟବସାୟ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି।

ମାଲିକ ମାନେ ନିଜର ଘରକୁ ଓୟ କମ୍ପାନୀକୁ ଦେଇ ପରିବର୍ତନ କରିଦେଉଛି। ଆଜିକାଲି ଅଧିକାଂଶ ଯୁବପିଢି ଏମିତି ଏକାନ୍ତ ସ୍ଥାନକୁ ବେସି ପସନ୍ଦ କଲେଣି। ରାସ୍ତା ପାଖ ହେଲେ କାଳେ ପୋଲିସ ର ନଜର ପଡିବ ସେଥିପାଇଁ ଗଳିକନ୍ଦିରେ ଥିବା ହୋଟେଲ ପସନ୍ଦ କରୁଛନ୍ତି। କିଛି ସମୟ ବିତରଣ କରିବାକୁ ବିଭିନ୍ନ ବାଟ ଖୋଜିଥାନ୍ତି। ଏଥିରେ କୌଣସି ବାଧକ ନାହିଁ, ଖୋଲାଖୋଲି ଅନଲାଇନରେ ବୂକ କରିଦେଉଛନ୍ତି। ଏହି ଅନଲାଇନ ରେ ବୁକ ହୋଇଥିବା ଲୋକଙ୍କ କାଗଜ ପତ୍ର ସଠିକ ହୋଇଛି କି ନାହିଁ ଯାଞ୍ଚ କରିବ କିଏ। ଓୟ ହୋଟେଲ କମ୍ପାନୀ କମ ସମୟରେ ସଠିକ ପେମେଣ୍ଟ ଆସିଲା କି ନାହିଁ ତାହା ଦେଖୁଛନ୍ତି। ସ୍ୱୀକୃତି ପଞ୍ଚିକରଣ ଓୟ କମ୍ପାନୀ ଓ ଘର ମାଲିକ ମଧ୍ୟରେ ପେମେଣ୍ଟକୁ ଭାଗ କରିଦେଇଥାନ୍ତି। ଯଦିଓ କିଛି ବଡ଼ଧରଣର ଅଘଟଣ ଘଟିଲା ଠିକ ଏହି ସମୟରେ ଓୟ କମ୍ପାନୀ ଏବଂ ଘର ମାଲିକ ମଧ୍ୟରେ କାଦୁଅ ଫିଙ୍ଗାଫିଙ୍ଗୀର ଆଭିନୟ କରିଥାନ୍ତି।

ରାଜଧାନୀର ବିଭିନ୍ନ ଜାଗା ଓ ଗଳି ଗଳି ଭିତରେ ଓୟ କମ୍ପାନୀ ହୋଟେଲ ବ୍ରାଞ୍ଚ ଗଢିଉଠିଛି। ପ୍ରତେକ ଓୟ କମ୍ପାନୀ ହୋଟେଲ ସ୍ୱୀକୃତି ପଞ୍ଚିକରଣ କାଗଜ ପତ୍ର ସ୍ଥାନୀୟ ପୋଲିସ ଥାନା ଦିଆଯାଇଥାଏ କିନ୍ତୁ ସଠିକ ସମୟରେ ସ୍ୱୀକୃତି ପଞ୍ଚିକରଣ ଓୟ କମ୍ପାନୀ ଓ ଘର ମାଲିକ ଛଡା କାଗଜ ପତ୍ର ମିଳିଲା ବହୁତ କଷ୍ଟ କର ହୋଇଯାଇଥାଏ। ଯଦିଓ କୌଣସି ସ୍ଥାନରେ ସନ୍ଦେହ ଉପୁଜିଥାଏ ସେଠାରେ କାର୍ଯ୍ୟାନୁଷ୍ଠାନ ହୋଇଥାଏ କିନ୍ତୁ ଦୋଷୀ ଧାରାପଡ଼ନ୍ତି ନାହିଁ। ଏଠାରେ ଦାୟୀ କିଏ, ଆଉ କିଏ ରୋକିବାକୁ ଚେଷ୍ଟା କରିବ। ଜୀବନ ପ୍ରତି ଦୃଷ୍ଟି ଦେବା ବଦଳେ ଯୁବପିଡ଼ିକୁ ଅନ୍ଧାରକୁ ଠେଲିଦେଲେ କ୍ଷତି କାହାର ହେବ କି ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି।

Exit mobile version