Site icon UTKAL PRATIDIN

ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ

1

ଚଣ୍ଡିଗଡ: ସୋମବାର ହରିୟାଣାର ନୁହରେ ଶୋଭାଯାତ୍ରାରେ ହୋଇଥିବା ଆକ୍ରମଣ ପରେ ସାମ୍ପ୍ରଦାୟିକ ହିଂସାରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ଶାନ୍ତି ବଜାୟ ରଖିବା ପାଇଁ ନହୁରେ କର୍ଫ୍ୟୁ ଜାରି ରହିଛି ଏବଂ ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ହିଂସାରେ ୧୦ ଜଣ ପୋଲିସ କର୍ମଚାରୀଙ୍କ ସମେତ ୬୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ହିଂସା ପଛରେ ଷଡଯନ୍ତ୍ର ହୋଇଥିବା ସନ୍ଦେହ କରାଯାଉଛି।

ସୋହନା, ଗୁରୁଗ୍ରାମ, ପାଲୱାଲ ଏବଂ ଅନ୍ୟାନ୍ୟ ସ୍ଥାନରେ ଘଟିଥିବା ହିଂସା, ଦଙ୍ଗା ସଂପର୍କରେ ନହୁ ବ୍ୟତୀତ ମୋଟ ୪୪ଟି ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି। ୭୦ରୁ ଅଧିକ ଲୋକଙ୍କୁ ଅଟକ ରଖାଯାଇଛି। ଆଖପାଖ ସହରଗୁଡିକରେ ଧାରା ୧୪୪ ଜାରି ରହିଥିବା ବେଳେ ସମସ୍ତ ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ କରାଯାଇଛି।

ନହୁରେ ଶୋଭାଯାତ୍ରାକୁ ନଷ୍ଟ କରିବା ପାଇଁ ଏକ ସୁଚିନ୍ତିତ ଷଡଯନ୍ତ୍ର କରାଯାଇଥିବା କୁହାଯାଉଛି। ମୁଖ୍ୟମନ୍ତ୍ରୀ ମନୋହର ଲାଲ ହିଂସା ପଛରେ ଏକ ବଡ଼ ଷଡଯନ୍ତ୍ର କରାଯାଇଥିବା ସନ୍ଦେହ କରୁଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ନୁହ ବ୍ୟତୀତ ବୁଧବାର ପର୍ଯ୍ୟନ୍ତ ଫରିଦାବାଦରେ ମୋବାଇଲ୍ ଇଣ୍ଟରନେଟ୍ ସେବା ବନ୍ଦ ରହିଛି। ଏହା ଏକ ବଡ ଷଡଯନ୍ତ୍ରକୁ ସୂଚାଉଥିବା ପୋଲିସକୁ ମଧ୍ୟ ଟାର୍ଗେଟ କରାଯାଇଥିଲା। ବର୍ତ୍ତମାନ ଏହି ଅଞ୍ଚଳରେ ସୁରକ୍ଷା ବାହିନୀ ନିୟୋଜିତ ହୋଇଛନ୍ତି। ପରିସ୍ଥିତି ନିୟନ୍ତ୍ରଣରେ ରହିଛି।

Exit mobile version