Site icon UTKAL PRATIDIN

ପ୍ରଧାନମନ୍ତ୍ରୀ ହେବେ ରାହୁଲ !

Rahul-Gandhi

ପ୍ରଧାନମନ୍ତ୍ରୀ ହେବେ ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ! କଂଗ୍ରେସ କ୍ଷମତାକୁ ଆସିବା ପରେ ରାହୁଲ ପ୍ରଧାମନ୍ତ୍ରୀ ହେବା ନିଶ୍ଚିତ ! ଭାରତୀୟ ରାଜନୀତିର ଭବିଷ୍ୟତ ଆକଳନ କରି ଏମିତି ମନ୍ତବ୍ୟ ଦେଇଛନ୍ତି କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭୀ । ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା ବଢିବା ସହ ପ୍ରଧାନମନ୍ତ୍ରୀ ପାଦ ଆଡକୁ ଅଗ୍ରସର ହେଉଛନ୍ତି ରାହୁଲ । ମୋଦିଙ୍କ ବିକଳ୍ପ ସାଜିବେ ରାହୁଲ ଗାନ୍ଧୀ । ମୋଦିଙ୍କ ପାଖରେ ସ୍ୱଛତାର ଅଭାବ ଅଛି ବୋଲି କହିଛନ୍ତି ସିଂଘଭୀ । ରାହୁଲ ଓ ମୋଦିଙ୍କ ଗୁଣକୁ ତୁଳନା କରି ଏମିତି ମନ୍ତବ୍ୟ ଦେଇଛନ୍ତି ସିଂଘଭୀ । ରାହୁଲଙ୍କ ପ୍ରତି ଦେଶବାସୀଙ୍କ ମନ ପରିବର୍ତନ ହୋଇଛି । ଅତୀତରେ ଟ୍ରୋଲ ସତ୍ତ୍ବେ ବର୍ତ୍ତମାନ ତାଙ୍କର ପ୍ରକୃତ ଆଭିମୁଖ୍ୟ ପାଇଁ ବର୍ତ୍ତମାନ ଏକ ନୂତନ ଧାରା ସୃଷ୍ଟି ହୋଇଛି। ଦେଶର ଧ୍ୟାନକୁ ବିଭ୍ରାନ୍ତ କରିବା ପାଇଁ ମୋଦି ବିଭିନ୍ନ ସମୟରେ ଇଡିର ସାହାରା ନେଉଛନ୍ତି ।ମୂଲ୍ୟ ବୃଦ୍ଧି, ବେକାରୀ ସମସ୍ୟାକୁ ଇଡିର କାର୍ଯ୍ୟକଳାପ ଦ୍ବାରା ଲୁଚାଇବାର ଚେଷ୍ଟା କରାଯାଉଛି।

ରାହୁଲ ମୋଦି ଓ ବିଜେପି ସରକାରଙ୍କ ବିରୋଧରେ ସଠିକ ସ୍ୱର ଉତ୍ତୋଳନ କରୁଛନ୍ତି ବୋଲି ତାଙ୍କ ବିରୋଧରେ ବିନା ଦୋଷରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଜାଣିଶୁଣି ମୋଦି ତାଙ୍କୁ ହଇରାଣ କରୁଛନ୍ତି । ବ୍ୟକ୍ତିଗତ ଭାବେ ରାଜନୈତିକ ରାଗ ସୁଝାଉଛନ୍ତି ମୋଦି । ୨୦୨୪ ସାଧାରଣ ନିର୍ବାଚନରେ ରାହୁଲ ବହୁ ଭୋଟ ବ୍ୟବଧାନରେ ଦୁଇ ଦୁତି ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ । ଉଭୟ ରାଇବରେଲୀ ଓ ୱାୟନାଡ ଆସନରୁ ଜିତି ନିଜର ଲୋକପ୍ରିୟତା କୁ ସ୍ପଷ୍ଟ କରିଥିଲେ ରାହୁଲ । କିନ୍ତୁ ସାମ୍ବିଧାନିକ ନିୟମ ଅନୁସାରେ ୱାୟନାଡ ଆସନରୁ ଇସ୍ତଫା ଦେଇଥିଲେ ରାହୁଲ । ରାଇବରେଲୀ ନିଜ ପରିବାରର ପାରମ୍ପରିକ ଆସନ ହୋଇଥିବାରୁ ସେହିଠାରୁ ପ୍ରତିନିଧିତ୍ଵ କରୁଛନ୍ତି ରାହୁଲ । ସେ ଏବେ ଲୋକସଭାରେ ବିରୋଧୀଦଳ ନେତା ଅଛନ୍ତି । ତେବେ ଧୀରେ ଧୀରେ ରାଜନୀତି ରେ ସକ୍ରିୟ ହେଉଥବା ରାହୁଲ ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ହେବାରେ ସଫଳ ହେବେ କି ନାହିଁ ତାହା ଭବିଷ୍ୟତରେ ସ୍ପଷ୍ଟ ହେବ ।

Exit mobile version