ଭୁବନେଶ୍ଵର: ବିଧାନସଭା ଆରମ୍ଭରୁ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ । ୧୨ଟା ଯାଏ ମୁଲତବୀ ହେଲା ଗୃହ । ବଜେଟ ଅଧିବେଶନର ତୃତୀୟ ଦିନରେ ମଧ୍ୟ ବିରୋଧୀଙ୍କ ହଙ୍ଗାମା । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ କଂଗ୍ରେସ ଓ ବିଜେଡି ବିଧାୟକ ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଛନ୍ତି । ନାରୀ ନିର୍ଯାତନା ପ୍ରସଙ୍ଗକୁ ନେଇ କଂଗ୍ରେସ ବିଧାୟକ ହାତରେ ପ୍ଲାକାର୍ଡ ଧରି ନାରାବାଜି କରିଛନ୍ତି । କଂଗ୍ରେସ ବିଧାୟତ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ ।
କହିରଖୁଛୁ ଯେ, ବିଧାନସଭା ଆରମ୍ଭରୁ ଗୃହରେ ପ୍ରବଳ ହଟ୍ଟଗୋଳ । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ଦଳ କଂଗ୍ରେସ ଓ ବିଜେଡିର ହୋହାଲ୍ଲା । ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢି ବିରୋଧୀ ଦଳର ହଙ୍ଗାମା । ଏପଟେ ଜୟନାରାୟଣ ପ୍ରସଙ୍ଗ ଉଠାଇ ବିଜେଡିର ପ୍ରତିବାଦ କରିଥିବା ବେଳେ ନାରୀ ନିର୍ଯାତନା ପ୍ରସଙ୍ଗରେ ହଙ୍ଗାମା କରିଛି କଂଗ୍ରେସ । ରିପୋର୍ଟରଙ୍କ ଟେବୁଲ ଉପରେ ଚଢି ବିରୋଧୀ ଦଳ ପ୍ରତିବାଦ କରିଛନ୍ତି । କଂଗ୍ରେସ ବିଧାୟକମାନେ ଗୃହ ବାହାରେ ପ୍ରଥମେ ପ୍ଲାକାର୍ଡ ଦେଖାଇ ବସିବା ସହିତ, ଗୃହ ଆରମ୍ଭ ହେବା ମାତ୍ରେ ଗୃହରେ ନାରାବାଜି କରିଥିଲେ । ଏମିତି କି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ ।