Site icon UTKAL PRATIDIN

ପୂର୍ବ ସରକାରଙ୍କ ଅବହେଳା,ଘର ପାଇଲେନି ଯୋଗ୍ୟ ହିତାଧିକାରୀ

images

ରାଜ୍ୟ ବଜେଟ ଅଧିବେଶନର ସପ୍ତମ ଦିନରେ ପୂର୍ବ ସରକାରଙ୍କ ଉପରେ ଦୋଷ ଲଦିଲେ ମନ୍ତ୍ରୀ ।ଆଜି ଗୃହରେ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ଚାଲିଥିବା ବେଳେ ଆବାସ ବଣ୍ଟନକୁ ନେଇ ଉଠିଥିଲା ପ୍ରଶ୍ନ ।ବିଜେଡି ଉପରେ ବର୍ଷିଥିଲେ ପଞ୍ଚାୟତରାଜ ମନ୍ତ୍ରୀ କହିଲେ ପୂର୍ବ ସରକାର ତାଲିକା ନଦେବାରୁ ଘର ପାଇଲେନି ଯୋଗ୍ୟ ହିତାଧିକାରୀ ।ଆବାସ ଅପେକ୍ଷାରେ ରହିଲେ ଲକ୍ଷାଧିକ ଅଧିକାରୀ,ଫେରିଗଲା ସାଢେ ୬ଲକ୍ଷରୁ ଅଧିକ ଘର ।ବର୍ତ୍ତମାନ ସୁଦ୍ଧା କେନ୍ଦ୍ରରୁ ଓଡିଶାକୁ ସର୍ବମୋଟ ୪୨,୧୮,୩୬୪ଟି ପକ୍କା ଘର ଯୋଗାଇ ଦେଇଛି।୧,୨୬,୭୧୯ଟି ପରିବାର ଆବାସ ପାଇଁ ଆବେଦନ କରି ଅପେକ୍ଷାରେ ଅଛନ୍ତି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ଗୃହରେ ନିଜର ବକ୍ତବ୍ୟ ରଖିଛନ୍ତି ।

ରାଜ୍ୟରେ ଥିବା ଆପାର୍ଟମେଣ୍ଟକୁ ନେଇ ମଧ୍ୟ ଗୃହରେ ପ୍ରଶ୍ନ ଉଠାଇଥିଲେ କଂଗ୍ରେସହ ବିଧାୟକ ତରାବାହିନ ପତି ।ରାଜ୍ୟର ବିଭିନ୍ନ ସହରରେ ୭୧୯ ଆପାର୍ଟମେଣ୍ଟ ରହିଥିଲା ବେଳେ କେବଳ ଭୁବନେଶ୍ୱରରେ ୬୮୯ଟି ବେଆଇନ ଆପାର୍ଟମେଣ୍ଟ ରହିଛି ଏ ନେଇ ଗୃହରେ କଂଗ୍ରେସ ବିଧାୟକ ତାରାବାହିନି ପତି ପଞ୍ଚାୟତ ଉନ୍ନୟନ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି।

Exit mobile version