
ନୂଆଦିଲ୍ଲୀ: ପ୍ରତ୍ୟକ ଦିନ ମୋବାଇଲ କମ୍ପାନୀ ଗୁଡିକ ବିଭିନ୍ନ ପ୍ରକାର ଅପଡେଟ୍ ସହ ନୂଆ ନୂଆ ଫୋନ ମାର୍କେଟରେ ଲଞ୍ଚ କରିଥାନ୍ତି । ଆଉ ଏହାରି ଭିତରେ Oppo ଆଉ ଏକ ନୂତନ ଫୋନ ଲଞ୍ଚ କରିଛି । ଯେଉଁଥିରେ ଆପଣଙ୍କୁ ଦମଦାର ଫିଚର ସହ କ୍ୟାମେରା, କ୍ଵାଲିଟିର ଉତ୍କୃଷ୍ଟ ଫିଚର ମଧ୍ୟ ମିଳିପାରିବ । Oppo Find X8 ସିରିଜରେ ଆଉ ଏକ ଫ୍ଲାଗସିପ୍ ଫୋନ୍ ଲଞ୍ଚ ହୋଇଛି । Oppoର ଏହି ଅଲ୍ଟ୍ରା ସ୍ମାର୍ଟଫୋନଟି ଏବେ Samsung Galaxy S25 Ultra କୁ କଡ଼ା ଟକ୍କର ଦେବ ବୋଲି ଆଶା କରାଯାଉଛି । ତେବେ ସବୁଠାରୁ ବୃ କଥା ହେଉଛି ଫୋନରେ ୫ଟି ବ୍ୟାକ୍ କ୍ୟାମେରା ଅଛି ।
Oppo Find X8 ସିରିଜରେ MediaTek Dimensity 9400 ପ୍ରୋସେସର ଅଛି । ମୋବାଇଲର ଦୁଇଟି ଷ୍ଟୋରେଜ୍ ଭାରିଆଣ୍ଟ ଅଛି । ଗୋଟେ ୧୨ GB RAM + ୨୫୬GB ଏବଂ ଅନ୍ୟଟି ୧୬ GB RAM + ୫୧୨GB ଅଟେ । ଏହାର ବେସ୍ ଭାରିଆଣ୍ଟର ପ୍ରାଇସ୍ ପ୍ରାୟ ୭୬,୦୦୦ ଟଙ୍କା ଥିବା ବେଳେ ଟପ୍ ଭାରିଆଣ୍ଟର ପ୍ରାଇସ୍ ୮୨,୦୦୦ ଟଙ୍କା ରହିଛି । ଏହି ସ୍ମାର୍ଟଫୋନର ୩ଟି କଲର୍ ତଥା ହାଶିନୋ ବ୍ଲାକ୍, ମୁନଲାଇଟ୍ ହ୍ବାଇଟ୍ ଏବଂ ମର୍ଣ୍ଣିଂ ଲାଇଟ୍ ରହିଛି । ଏହି ଫୋନ୍ ୫ ରିୟର କ୍ୟାମେରା ରହିଛି । ୫୦MP ର OIS ପ୍ରାଇମେରୀ କ୍ୟାମେରା, ୫୦MP ର ଅଲ୍ଟ୍ରା ୱାଇଡ୍, ୫୦MP ର ଟେଲିଫଟୋ ଏବଂ ୫୦MP ର ୧ Int ଟାଇପ୍ ସେନ୍ସର ମିଳିବ । ଏହା ବ୍ୟତୀତ, ୨MP ର ସ୍ପେକ୍ଟ୍ରଲ୍ ସେନ୍ସର ମଧ୍ୟ ଦିଆଯାଇଛି । ଏଥି ସହ ସେଲଫି ଏବଂ ଭିଡିଓ କଲିଂ ପାଇଁ ଏଥିରେ ୩୨MP ର କ୍ୟାମେରା ରହିବ ।
ସେହିପରି ଫିଚର୍ସ ବିଷୟରେ କହିବାକୁ ଗଲେ ଏଥିରେ ୬.୮୨ ଇଞ୍ଚର LTPO AMOLED ଡିସପ୍ଲେ ରହିଛି । ଏଥିରେ ଆପଣଙ୍କୁ ଡଲବି ଭିଜନ ସପୋର୍ଟ ମିଳିପାରିବ । ଫୋନର ଡିସପ୍ଲେ ୧୬୦୦ ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସକୁ ସପୋର୍ଟ କରିଥାଏ । ଫୋନରେ ୧୬ GB RAM ଏବଂ ୫୧୨ GB ପର୍ଯ୍ୟନ୍ତ ଇଣ୍ଟରନାଲ୍ ଷ୍ଟୋରେଜର ସପୋର୍ଟ ମିଳିବ । ଫୋନଟି Android 15 ଉପରେ ବେସ୍ଡ ColorOS ୧୫ ରେ କାମ କରିଥାଏ । ସେହିପରି ଫୋନରେ ୬,୧୦୦ mAh ର ଦମଦାର୍ ବ୍ୟାଟେରୀ ସହ ୧୦୦W ୱାୟର୍ଡ ଫାଷ୍ଟ ର୍ଚାର୍ଜିଂ ଏବଂ ୫୦W ୱାୟରଲେସ୍ ଚାର୍ଜିଂକୁ ସପୋର୍ଟ ମିଳିବ । କନେକ୍ଟଭିଟି ପାଇଁ ଏଥିରେ ଲାଟେଷ୍ଟ ବ୍ଲୁଟୁଥ୍, NFC, IR ବ୍ଲାଷ୍ଟା ଭଳି ଫିଚର୍ସ ରହିବ ।