Site icon UTKAL PRATIDIN

ଦିଲ୍ଲୀରେ ବନ୍ଦ ହେବ ଅନଲାଇନ ଡେଲିଭରି ସେବା

9

ନୂଆଦିଲ୍ଲୀ : ଚଳିତ ମାସ ୯ ଏବଂ ୧୦ ତାରିଖରେ ଦେଶର ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହେବା ପାଇଁ ଯାଉଛି ଜି-୨୦ ସମ୍ମିଳନୀ । ଯେଉଁଥି ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ବିଶ୍ୱର ଅନେକ ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଭାରତର ରାଜଧାନୀ ଦିଲ୍ଲୀରେ ପହଞ୍ଚିବେ । ଯେଉଁଥି ପାଇଁ ଦିଲ୍ଲୀର ପ୍ରଗତି ମୈଦାନରେ ଚାଲିଛି ସାଜସଜ୍ୱା । ଏନେଇ ସେହି ସମୟରେ ସୁରକ୍ଷା ବ୍ୟବସ୍ଥାକୁ ଧ୍ୟାନରେ ରଖି ସମସ୍ତ ପ୍ରକାର ଡେ଼ଲିଭରୀ ସେବା ଗୁଡିକ ବନ୍ଦ ରଖାଯିବ ସୂଚନା ମିଳିଛି l

ନୂତନ ଭାରତ ମଣ୍ତପରେ ଆୟୋଜିତ ହେବା ପାଇଁ ଯାଉଛି ଏହି ଜି- ୨୦ ଶିଖର ସମ୍ମିଳନୀ । ଦିଲ୍ଲୀରେ ବସିବା ପାଇଁ ଥିବା ଏହି ବୈଠକରେ ବଡ଼ ବଡ଼ ଦେଶର ରାଷ୍ଟ୍ରପତି ଯୋଗ ଦେବେ l ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି କିଛି ସେବା ଉପରେ ସାମୟିକ ରୋକ ଲଗାଯିବ ବୋଲି ପୂର୍ବରୁ ସରକାରଙ୍କ ପକ୍ଷକୁ ଘୋଷଣା କରାଯାଇଛି । ପୂର୍ବରୁ ୭,୮ ଏବଂ ୯ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ଯାତାୟତ ତଥା ଗାଡ଼ି ଚଳାଚଳ ସେବା ବନ୍ଦ ହେବା ନେଇ ଘୋଷଣା କରାଯାଇଥିବା ବେଳେ ଏବେ ଆଉ କିଛି ସାଧାରଣ ସେବା ଉପରେ ମଧ୍ୟ ରୋକ୍ ଲଗାଯାଇଛି।

ବିଦେଶରୁ ଆସୁଥିବା ଅତିଥିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମେଡିସିନ୍ ବ୍ୟତୀତ ଅନ୍ୟ ସମସ୍ତ ଅନଲାଇନ ଡେଲିଭରୀ ସେବା ବନ୍ଦ ରହିବ ବୋଲି ଦିଲ୍ଲୀ ପୋଲିସ ପକ୍ଷକୁ ସୂଚନା ଯାରି କରାଯାଇଛି । ଏପରିକି ଖାଦ୍ୟର ମଧ୍ୟ ଅନଲାଇନ୍ ଡେଲିଭରି କରାଯାଇ ପାରିବ ନାହିଁ ।

Exit mobile version