ରାଜ୍ୟରେ ଆଳୁ ସଙ୍କଟ କମି ନଥିବା ବେଳେ ଏବେ ମୁଣ୍ଡ ଟେକିଛି ପିଆଜ ସମସ୍ୟା ।ଯାହା ସାଧାରଣ ଖାଉଟିଙ୍କୁ ଚିନ୍ତାରେ ପକେଇଦେଲାଣି ।ଦୀର୍ଘଦିନ ହେବ ଆଳୁ ପିଆଜ ସମସ୍ୟା ଲାଗିରହିଥିବା ବେଳେ ବ୍ୟବସାୟୀ ସଂଘର ସଭାପତି ସରକାରଙ୍କୁ ଦାୟୀ କରିଛନ୍ତି ।ପୂର୍ବରୁ ପିଆଜ ଦର ୪୦ରୁ ୫୦ଟଙ୍କାରେ ବିକ୍ରି ହେଉଥିଲାବେଳେ ଆସନ୍ତା କଲି ଏହା ୭୦ଟଙ୍କାରେ ପହଂଚିଛି ।
ଏହା ସିଧାସଳଖ ଖାଉଟିଙ୍କ ଉପରେ ପ୍ରଭାବ ପକେଇଛି।କିଛି ବେପାରୀଙ୍କ କହିବାକଥା, ମାର୍କେଟରେ ପିଆଜ ଷ୍ଟକ୍ ନାହିଁ, ଯାହା ବାହାରୁ ଆସୁଥିଲା ବର୍ଷା ପାଇଁ ତାହା ଆସି ପାରୁନି। ଆଉ ଯାହା ବସ୍ତା ରହିଛି ସେଥିରୁ ୫ରୁ ୬ କେଜି ପଚା ବାହାରୁଛି। ସେଥିପାଇଁ ଦର ବଢାଇ ବାକୁ ବାଧ୍ୟ ହେଉଛୁ ବୋଲି ବ୍ୟବସାୟୀ କହିଛନ୍ତି।
ଏକ ମାସ ଧରି ପନି ପରିବା ଦର ବଢ଼ି କି ରହିଛି, ପିଆଜ ଦର ବି କମିବାର ନାଁ ଧରୁନି। ଯାହା ଏବେ ସାଧାରଣ ଖାଉଟିର ଚିନ୍ତାର ବିଷୟ ପାଲଟିଛି। ଯେଉଁଭଳି ପିଆଜ ଉତ୍ପାଦନ ହେବାକଥା ସେଭଳି ହେଉନି । ତେଣୁ ସେଠାରୁ ପିଆଜ ଆସୁନଥିବାରୁ ଏଠି ଯୋଗାଣରେ ବାଧା ସୃଷ୍ଟି ହେଉଛି । ସେହିପରି ନାସିକରେ ପିଆଜର କୁଇଣ୍ଟାଲ ଦର ୪୩ଶହରୁ ୪୪ଶହ ରହିଛି । ସେ ଦୃଷ୍ଟିରୁ ପିଆଜ ଦର ବଢିଛି ବୋଲି କେତେକ ବ୍ୟବସାୟୀ କହିଛନ୍ତି।