
ଗୋଟେ ପଟେ ଆଳୁ ଦର କମିନି କିନ୍ତୁ ଅନ୍ୟପଟେ ଲଗାମ ଛଡା ହୋଇଛି ପିଆଜ ଦର । ନୂଆ ସରକାରଙ୍କୁ ଘାରିଛି ଆଳୁ ପିଆଜ ଚିନ୍ତା । ପଶ୍ଚିମବଙ୍ଗ ଆଳୁର ସ୍ଥାନ ନେଇ ପାରୁନି ଉତ୍ତର ପ୍ରଦେଶ ଆଳୁ । ସେପଟେ ଆଳୁ ଓ ପିଆଜର ନିୟନ୍ତ୍ରଣ କରିବାରେ ସରକାର ଅସର୍ମଥ ବୋଲି ଅଭିଯୋଗ କରିବା ଆରମ୍ଭ କରିଛନ୍ତି ଖାଉଟି । ଅନ୍ୟପଟେ ଅସାଧୁ ବ୍ୟବସାୟଙ୍କ ଦାମ ବଢୁଛି ବୋଲି ସନ୍ଦେହ କରି ବିଭିନ୍ନ ହାଟରେ ଚଢାଉ କରୁଛି ବିଏମ୍ସି ଓ ଯୋଗାଣ ବିଭାଗର ।
ଆଳୁ ବ୍ୟବସାୟୀଙ୍କ ଉପରେ ଚାଲିଛି ରେଡ୍ । ଭୁବନେଶ୍ବର ୧ ନମ୍ବର ହାଟରେ ଚଢାଉ କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧିକାରୀ । ହାଟରେ ଥିବା ବିଭିନ୍ନ ଦୋକାନରେ ଚଢ଼ାଉ କରାଯାଇ ହୋଡିଂ, ଦରଦାମ ଓ ଷ୍ଟକ ସହ ଆଳୁର ମାନ ଯାଞ୍ଚ କରିଛି ଯୋଗାଣ ବିଭାଗ ତେବେ ବିଭାଗ ପକ୍ଷରୁ କୁହାଯାଉଛି ଯେ ଯଥେଷ୍ଟ ପରିମାଣର ଆଳୁ ମହଜୁଦ ରହିଛି । ଗାଡ଼ି ବି ଆସୁଛି କିନ୍ତୁ ଆଳୁ କେଜି ପିଛା ୩୫ରୁ ୪୦, ପିଆଜ ୫୦ ଟଙ୍କାରେ ବିକ୍ରି ହେଉଛି । ଏହାକର ମୁଖ୍ୟ କାରଣ ଅସାଧୁ ବ୍ୟବସାୟୀ ବୋଲି କହିଛି ବିଭାଗ ।
ଖବର ଅନୁଯାୟୀ, ଗତ କିଛି ହେଲା ରାଜ୍ୟରେ ଆଳୁ ଦର ଦାମ୍ ବୃଦ୍ଧିପାଇଛି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ରେଟ୍ ଚାର୍ଟମଧ୍ୟ ପ୍ରସ୍ତୁତ କରାଯାଇଥିଲା । ହେଲେ କିଛି ବ୍ୟବସାୟୀ ଚଢା ଦରରେ ବିକ୍ରି କରୁଥିବାର ଅଭିଯୋଗ ଆସିଛି । ଦିନକୁ ଦିନ ସ୍ଥିତି ଜଟିଳ ହେଉଥିବାରୁ ହଟହଟା ହେଉଛନ୍ତି ଖାଉଟି । ଏବେ ବି ଆଳୁ ଦର ବଜାରରେ କିଲୋ ପ୍ରତି ୪୦ ଟଙ୍କା ଉପରେ ରହିଛି । ଏଭଳି ସ୍ଥିତିରେ ମଙ୍ଗଳବାର ସକାଳୁ ସକାଳୁ ଯୋଗାଣ ବିଭାଗର ଏକ ଟିମ୍ ଭୁବନେଶ୍ୱରର ୧ ନମ୍ବର ହାଟରେ ଚଢାଉ କରିଛନ୍ତି ।