ଦିନକୁ ଦିନ ରାଜ୍ୟରେ ମାଓବାଦୀଙ୍କ ଉତ୍ପାତ ବଢ଼ିବାରେ ଲାଗିଛି ।ମାଲକାନଗିରିରେ ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ଗୁରୁବାର ଗୁଳିବିନିମୟ ହୋଇଛି । ମାଲକାନଗିରି ଜିଲା ଏମ ଭି-୭୯ ଜିନ୍ଦଲଗୁଡ଼ା ନିକଟରେ ଏହି ଗୁଳି ବିନିମୟ ହୋଇଛି।ସେପଟେ ମାଓବାଦୀଙ୍କ ଗୁଳିରେ ଜଣେ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ଆହତ ଯବାନଙ୍କ ନାମ ଡମ୍ବରୁ ବଡନାୟକ । ତାଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ତେବେ ବିଳମ୍ବିତ ରାତିରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ସାମ୍ନା ସାମ୍ନି ହେବା ସହ ଗୁଳିବିନିମୟ ହୋଇଥିଲା। ଯେଉଁଥିରେ ଜଣେ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ସେହିପରି ଜଣେ ଡିଭିଏଫ ଯବାନ ଏହି ଗୁଳିବିନିମୟରେ ଆହତ ହୋଇଥିବା ବେଳେ ତାଙ୍କ ନାମ ଡମ୍ବୁରୁ ବଡ଼ ନାୟକ ବୋଲି ଜଣା ପଡ଼ିଛି। ଏହା ସହ ଦୁଇଜଣ ମାଓବାଦୀ ଯବାନଙ୍କ ଦ୍ୱାରା ଗିରଫ ହୋଇଥିବା ବେଳେ ବର୍ତ୍ତମାନ ମଧ୍ୟ ଅଞ୍ଚଳରେ ତଲାସୀ ଅଭିଯାନ ଜାରି ରହିଥିବା ନେଇ ସୂଚନା ମିଳିଛି।

