
ଆଜି ପବିତ୍ର ରାଧା ଅଷ୍ଟମୀ ।ରାଧା ଅଷ୍ଟମୀ ପାଇଁ ସବୁଠି ଚଳ ଚଞ୍ଚଳ । ଶ୍ରୀମନ୍ଦିର ମଧ୍ୟ ରାଧା ଅଷ୍ଟମୀ ପାଇଁ ଚଳ ଚଞ୍ଚଳ ହୋଇ ଉଠିଛି। ରାଧା ଅଷ୍ଟମୀ ଉପଲକ୍ଷେ ଆଜି ଶ୍ରୀଜିଉଙ୍କ ବିଶେଷ ନୀତିକାନ୍ତି ଅନୁଷ୍ଠିତ ହେବ । ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥୀରେ ଶ୍ରୀମନ୍ଦିରରେ ରାଧାଷ୍ଟମୀ ନୀତି ପାଳିତ ହୁଏ ।
ସକାଳଧୂପ ଶେଷ ପରେ ମହାଲକ୍ଷ୍ମୀଙ୍କୁ ମହାପ୍ରଭୁଙ୍କ ଆଜ୍ଞାମାଳ ଲାଗି କରାଯିବ। ସାତ ପାହାଚ ନିକଟରେ ଥିବା ସୁସଜ୍ଜିତ ପାଲିଙ୍କିରେ ଠାକୁରାଣୀ ବିଜେ ହେବେ । ସେଠାରୁ ଯାଇ ଲକ୍ଷ୍ମୀଙ୍କ ଜଗମୋହନରେ ଖଟ ଉପରେ ଦେବୀ ଉପବେଶନ କରିବେ । ମା’ଙ୍କ ମାଜଣା, ଶୀତଳ ଭୋଗ ଓ ବନ୍ଦାପନା ନୀତି ବଢିବ । ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ଉଠିବା ପରେ ମହାଲକ୍ଷ୍ମୀଙ୍କୁ ସିଂହାସନ ଉପରେ ବିଜେ କରାଯିବ । ଏହାପରେ ମଧ୍ୟାହ୍ନ ଧୂପ ଶେଷ ହୋଇ ଯଥାବିଧି ରାଧାଷ୍ଟମୀ ନୀତି ସମ୍ପନ୍ନ ହେବ