
ରାଜ୍ୟ ରାଜନୀତିକୁ ବେଶ ସରଗରମ କରିଥିବା ଜାମ୍ମୁ -କଶ୍ମୀର ନିର୍ବାଚନର ଫଳ ଫଳ ଆଜି ପ୍ରକାଶ ପାଇଛି।ଧାରା ୩୭୦ ଉଛେଦ ପରେ ପ୍ରଥମ ଥର ପାଇଁ ଜମ୍ମୁକାଶ୍ମୀରରେ ପ୍ରଥମ ଥର ପାଇଁ ନିର୍ବାଚନ ହୋଇଥିଲା । କଂଗ୍ରେସ ଓ ଏନଏଏସି ଦଳ ସହ ମିଳିତ ଭାବେ ସରକାର ଗଠନ କରିବାକୁ ଯାଉଛନ୍ତି ।
ଜମ୍ମୁ-କଶ୍ମୀରର ୯୦ ସିଟ୍ ଆସନ ମଧ୍ୟରୁ ୪୧ଟି ଆସନରେ ଜମ୍ମୁ-କଶ୍ମୀର ନେଶନାଲ କନଫରେନ୍ସ ଆଗୁଅ ରହିଥିବା ବେଳେ କଂଗ୍ରେସ ୬ଟି ଆସନରେ ଆଗୁଆ ରହିଛି। ବିଜେପି ୨୯ଟି ଆସନରେ ଆଗୁଆ ରହିଛି। ଏସବୁ ମଧ୍ୟରେ ଜମ୍ମୁ କଶ୍ମୀରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ବଡ଼ କଥା କହିଛନ୍ତି ଜେକେଏନ୍ସିର ମୁଖ୍ୟ ଫାରକୁ ଅବଦୁଲ୍ଲା। ସେ କହିଛନ୍ତି ଯେ ଜମ୍ମୁ କଶ୍ମୀରର ଆଗାମୀ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ହେବ। ବର୍ତ୍ତମାନ ସୁଦ୍ଧା ୫୦ରୁ ଅଧିକ ଆସନରେ କଂଗ୍ରେସ ଓ ଏନ୍ସି ମେଣ୍ଟ ଆଗୁଆ ରହିଛି।